ଦିଶାଙ୍କର ପୋଷ୍ଟ ମର୍ଟମରୁ ପ୍ରମାଣ-ମୃତ୍ୟୁବେଳେ ଶରୀରରେ ନଥିଲା କପଡା

ମୁମ୍ବାଇ – ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲା ଏବେ ଧୀରେ ଧୀରେ ରହସ୍ୟରୁ ରହସ୍ୟମୟ ହେବାରେ ଲାଗିଛି । ଦିଶାଙ୍କ ମୃତ୍ୟୁର କିଛ ଦିନ ପରେ ସୁଶାନ୍ତ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଥିଲା । ତେବେ ପ୍ରଥମେ ଦିଶା ଫ୍ଲାଟରୁ ଡେଇଁ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଥିଲା । ପରେ ଏବେ ଦିଶାଙ୍କ ମୃତ୍ୟୁ ରହସ୍ୟ ଧିରେ ଧିରେ ଗମ୍ଭୀର ରୂପ ଧାରଣ କରିବାରେ ଲାଗିଛି । ସେ ଆତ୍ମହତ୍ୟା କରିଛନ୍ତି ନା ହତ୍ୟାର ଶିକାର ହୋଇଛନ୍ତି ତାହା ଏବେ ରହସ୍ୟ ଘେରରେ ।

ଦିଶା ଯୌନ ଉତ୍ପୀଡନର ଶିକାର ହୋଇଥିବା କଥା ତାଙ୍କ ପୋଷ୍ଟମର୍ଟମ ରିପୋର୍ଟରେ ପ୍ରମାଣ ମିଳିଥିଲା । ଏବେ ଦିଶା ସାଲିୟାନଙ୍କ ପୋଷ୍ଟମର୍ଟମ ରିପୋର୍ଟକୁ ପାଟନା ପୁଲିସ ସାର୍ବଜନୀନ କରିଛି । ଦିଶାଙ୍କ ଏହି ରିପୋର୍ଟରେ ବଡ କଥା ଉଲ୍ଲେଖ କରାଯାଇଛି । ମୃତ୍ୟୁର ଶିକାର ହେବା ସମୟରେ ତାଙ୍କ ଶରୀରରେ କପଡା ନଥିବା କଥା ଏଥିରେ ଉଲ୍ଲେଖ ରହିଛି । ଏହି କଥାକୁ ମୁମ୍ବାଇ ପୁଲିସ ସାର୍ବଜନୀନ କରି ନଥିଲା ।

ଦିଶାଙ୍କ ପୋଷ୍ଟ ମର୍ଟମ ରିପୋର୍ଟ ସାର୍ବଜନୀନ ହେବାପରେ ମୁମ୍ବାଇ ପୁଲିସରେ ହଡକମ୍ପ ହୋଇଯାଇଛି । ପୁଲିସସୁତ୍ର ଅନୁସାରେ ଦିଶା ଆତ୍ମହତ୍ୟା କରିନାହାନ୍ତି । ଏହି ମାମଲାରେ ଅନେକ ରହସ୍ୟ ରହିଛି ଯାହାକୁ ଲୁଚାଯାଇଛି । ଏହି ପୋଷ୍ଟ ମୋର୍ଟମ ରିପୋର୍ଟ ମାଗିବା ପାଇଁ ମୁମ୍ବାଇ ପୁଲିସ ପାଖକୁ ବିହାର ପୁଲିସର ଏସ୍‌ଆଇଟି ଟିମ୍‌ ଯାଇଥିବା ସମୟରେ ସେମାନେ ଅସମଞ୍ଜସ ପ୍ରକାଶ କରିଥିଲେ । ଏପରି କି ଏହି ଫାଇଲ୍‌ ଡିଲିଟ୍ ହୋଇଯାଇଥିବା ମୁମ୍ବାଇ ପୁଲିସ ପକ୍ଷରୁ କୁହାଯାଇଥିଲା ।ଦିଶାଙ୍କ ମୃତ୍ୟୁ ପରେ ମୁମ୍ବାଇ ପୁଲିସ ପକ୍ଷରୁ ଅନେକ କଥାରେ ବିଳମ୍ବ କରାଯାଇଥିଲା । ୮ ତାରିଖରେ ମୃତ୍ୟୁ ହୋଇଥିବା ବେଳେ ୧୧ ତାରିଖରେ ପୋଷ୍ଟମର୍ଟମ କରାଯାଇଥିଲା । ଏପରି କାହିଁକି କରାଗଲା ତାକୁ ନେଇ ଅନେକ ପ୍ରଶ୍ନ ଉଠୁଛି । ମାତ୍ର ସୁଶାନ୍ତଙ୍କ ମାମଲାରେ ତୁରନ୍ତ ପୋଷ୍ଟମର୍ଟମ କରାଯାଇଥିଲା । ତେବେ ଦିଶାଙ୍କ ଶରୀରରେ ମୃତ୍ୟୁ ବେଳେ କପଡା ନ ଥିବା , ସେ ଯୌନ ଉତ୍ପୀଡନର ଶିକାର ହୋଇଥିବା ତାଙ୍କ ଶବ ବ୍ୟବଚ୍ଛେଦ ଦୁଇ ଦିନ ବିଳମ୍ବରେ କରାଯାଇଥିବା ଏପରି ଅନେକ ଘଟଣାକୁ ନେଇ ଏବେ ସନ୍ଦେହ ପ୍ରକାଶ ପାଇଛି ।

Leave a Reply

Your email address will not be published. Required fields are marked *