ପୁଲିସ୍ କବଜାରେ ନକଲି ମାଓବାଦୀ ,୧୦ ଲକ୍ଷ ଚାନ୍ଦା ମାଗି ୩ ଗିରଫ

କଳାହାଣ୍ଡି :-ମାଓବାଦୀ ପରିଚୟ ଦେଇ ୧୦ ଲକ୍ଷ ଟଙ୍କାର ଚାନ୍ଦା ମାଗିବା ଅଭିଯୋଗରେ ୩ ଜଣକୁ ଗିରଫ କରିଛି କଳାହାଣ୍ଡି ପୁଲିସ୍ । ପୁଝାରୀଗୁଡ଼ାର ବ୍ୟବସାୟୀ ତୁଳସୀରାମ ନାୟକଙ୍କୁ ଫୋନ୍ ଜରିଆରେ ୧୦ ଲକ୍ଷ ଟଙ୍କା ଚାନ୍ଦା ଦେବା ପାଇଁ କହିଥିଲେ ଏହି ନକଲି ମାଓବାଦୀ । ଏବଂ ଟଙ୍କା ନଦେଲେ ପରିସ୍ଥିତି ଭୟବହ ହେବ ବୋଲି ଧମକ୍ ଦେଇଥିଲେ । ଏନେଇ ତୁଳସୀରାମ ପୁଲିସ୍ ନିକଟରେ ଅଭିଯୋଗ କରିଥିଲେ । ଆଉ ଏହି ଅଭିଯୋଗକୁ ଆଧାର କରି, ୩ ଜଣ ନକଲି ମାଓବାଦୀଙ୍କୁ ଗିରଫ କରିଛି ପୁଲିସ୍ ।

Leave a Reply

Your email address will not be published. Required fields are marked *