ଭୁବନେଶ୍ୱର:-ଅଯୋଗ୍ୟ ହିତାଧିକାରୀଙ୍କଠୁ ‘କାଳିଆ’ ଟଙ୍କା ଫେରସ୍ତ ନେଇ ହୋଇଥିବା ନିର୍ଦ୍ଦେଶକୁ ସ୍ଥଗିତ କରାଯାଇଛି। ରାଜ୍ୟରେ କୋଭିଡ୍ ଓ ଖରିଫ ଚାଷ ପାଇଁ ସ୍ଥଗିତ କରାଯାଇଛି।
ଏଭଳି ସ୍ଥିତିରେ ଚାଷୀଙ୍କ ଉପରେ ଟଙ୍କା ଫେରସ୍ତ ଚାପ ନଦେବାକୁ ନିଷ୍ପତ୍ତି ହୋଇଛି। ଏନେଇ କୃଷି ଓ ଖାଦ୍ୟ ପ୍ରକ୍ରିୟାକରଣ ନିର୍ଦ୍ଦେଶାଳୟ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି।