ରାଜ୍ୟରେ ଆଜି ଆଉ ୧୭ ଶହ ୩୪ ପଜିଟିଭ, ୨୪ ଘଂଟାରେ ଜିଲ୍ଲାରେ ୩୪୨ ନୂଆ ଆକ୍ରାନ୍ତ
ଭୁବନେଶ୍ବର :- ରାଜ୍ୟରେ ଆଜି ପୁଣି ୨୯ ଜିଲ୍ଲାରୁ ୧୭୩୪ ନୂଆ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୧୦୭୫ ଜଣ ଆକ୍ରାନ୍ତ ସଂଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ବାକି ୬୫୯ ଜଣ ଆକ୍ରାନ୍ତ ହେଉଛନ୍ତି ସ୍ଥାନୀୟ ଅଂଚଳର । ତେବେ ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୪୫ ହଜାର ୯୨୭କୁ ବୃଦ୍ଧି ପାଇଛି ।ଆଜି ରାଜ୍ୟରୁ ପୁଣି ୧୭୩୪ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କ୍ୱାରେଂଟିନ୍ କେନ୍ଦ୍ରରୁ ଏକ ହଜାରେ ୭୫ଜଣ ଚିହ୍ନଟ ହୋଇଥିବା ବେଳେ ଲୋକାଲ କଂଟାକ୍ଟ ୬୫୯ଜଣ ଚିହ୍ନଟ ହୋଇଛନ୍ତି । ୨୯ଟି ଜିଲ୍ଲାରୁ ୧୭୩୪ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ଆକ୍ରାନ୍ତ ୩୪୨ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଗଂଜାମରୁ ୨୨୨ଜଣ, କଟକରୁ ୧୭୭ଜଣ, ସୁନ୍ଦରଗଡ଼ରୁ ୧୨୬ଜଣ, ନୟାଗଡ଼ରୁ ୧୦୬ଜଣ ଗଜପତିରୁ ୮୫ଜଣ, ପୁରୀରୁ ୫୫ଜଣ କୋରାପୁଟରୁ ୬୦ଜଣ, ମାଲକାନାଗିରିରୁ ୫୨ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।ସେହିପରି କନ୍ଧମାଳରୁ ୫୯ଜଣ, ମୟୁରଭଂଜରୁ ୩୫ଜଣ ଯାଜପୁରରୁ ୩୮ଜଣ କଳାହାଣ୍ଡିରୁ ୨୪ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୫ହଜାର ୯୨୭ ହୋଇଥିବା ବେଳେ ସୋମାନଙ୍କ ମଧ୍ୟରୁ ୩୦ହଜାର ୨୪୧ଜଣ ସୁସ୍ଥ ହୋଇଘରକୁ ଫେରିଛନ୍ତି । ୧୫ହଜାର ୩୬୫ଜଣ ଆକ୍ରାନ୍ତ ସକ୍ରିୟ ରହିଛନ୍ତି ।