ଅନୁଗୋଳ:- ଅନୁଗୋଳ ସଦରମହାକୁମାରେ ପୋଲିସକୁ ଖୋଲା ଚ୍ୟାଲେଞ୍ଜ ଦେଲେ ATM ଲୁଟେରା । କରଡାଗାଡ଼ିଆ ଛକ SBI ଏଟିଏମକୁ ଗ୍ୟାସ କଟରରେ ତାଡି ଲୁଟିନେଲେ ଲକ୍ଷାଧିକ ଟଙ୍କା। ତେବେ ଏନେଇ ପୋଲିସ ତଦନ୍ତ ଆରମ୍ଭ କରିଛି । ସିସିଟିଭ୍ ଫୁଟେଜରୁ ହୁଏତ କିଛି ସୁରାକ ପାଇପାରେ ପୋଲିସ । ଏନେଇ ଅଧିକ ଯାଞ୍ଚ ଜାରି ରଖିଛି ପୋଲିସ ।