୧୦୧ ପ୍ରତିରକ୍ଷା ଉତ୍ପାଦ ଆମଦାନୀ ଉପରେ ଲାଗିବ କଟକଣା, ଆତ୍ମନିର୍ଭର ଭାରତ ନେଇ ରାଜନାଥଙ୍କ ସିଂଙ୍କ ବଡ଼ ଘୋଷଣା
ନୂଆଦିଲ୍ଲୀ,:- ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆଜି କରିଛନ୍ତି ଏକ ଗୁରୁତ୍ବପୂର୍ଣ୍ଣ ଘୋଷଣା । ତାହା ହେଲା ପ୍ରତିରକ୍ଷା ମନ୍ତ୍ରଣାଳୟ ଏବେ ଆତ୍ମନିର୍ଭର ଦିଗକୁ ଆଗକୁ ବଢାଇବା ପାଇଁ ପ୍ରତିରକ୍ଷା ମନ୍ତ୍ରଣାଳୟ ପ୍ରସ୍ତୁତ। ପ୍ରତିରକ୍ଷା ଉତ୍ପାଦନର ସ୍ବଦେଶୀକରଣକୁ ପ୍ରୋତ୍ସାହନ ଦେବା ଦିଗରେ ଏମଓଡି ୧୦୧ ରୁ ଅଧିକ ପ୍ରତିରକ୍ଷା ଉତ୍ପାଦର ଆମଦାନୀ ଉପରେ ଲାଗିବ କଟକଣା। ଲଦାଖରେ ଆକଚୁଲ ଲାଇନ୍ ଅଫ୍ କନଟ୍ରୋଲ(ଏଲଏସି)ରେ ଚୀନ୍ ସହିତ ବିବାଦୀୟ ପରିସ୍ଥିତି ଭିତରେ ପ୍ରତିରକ୍ଷା ମନ୍ତ୍ରୀ ଏହି ଘୋଷଣା କରିବା ଖୁବ୍ ଗୁରୁତ୍ବପୂର୍ଣ୍ଣ ବୋଲି କୁହାଯାଉଛି।
ରାଜନାଥ କହିଛନ୍ତି, ଏହି ଲିଷ୍ଟରେ କେବଳ କିଛି ପାର୍ଟସ ନୁହେଁ ବଂର ଉଚ୍ଚ ପ୍ରଯୁକ୍ତିବିଦ୍ୟା ସମ୍ମନ୍ନ ଅସ୍ତ୍ରଶସ୍ତ୍ର ଆସଲ୍ଟ ରାଇଫଲ, ସୋନାର ସିଷ୍ଟମ, ଟ୍ରାନ୍ସପୋର୍ଟ ଏୟାରକ୍ରାଫ୍ଟ, ଏଲସିଏଚ, ରାଡାର ଓ ଅନ୍ୟ ପ୍ରତିରକ୍ଷା ସାମଗ୍ରୀ ସାମିଲ ରହିଛି। ପ୍ରତିରକ୍ଷା ମନ୍ତ୍ରୀଙ୍କ କହିବାନୁସାରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନରେ ଏହି ନିଷ୍ପତ୍ତି ନିଆଯାଇଛି। ଏହି ନିଷ୍ପତ୍ତି ସହିତ ଭାରତର ପ୍ରତିରକ୍ଷା ଶିଳ୍ପ ଏକ ବୃହତ ପରିମାଣରେ ଉତ୍ପାଦନ କରିବାର ସୁଯୋଗ ପାଇବ। ଏହି ନିଷ୍ପତ୍ତି ସହିତ ଭାରତୀୟ ପ୍ରତିରକ୍ଷା ଶିଳ୍ପ ନେଗେଟିଭ ଲିଷ୍ଟରେ ଅନ୍ତର୍ଭୁକ୍ତ ସାମଗ୍ରୀ ଉତ୍ପାଦନ କରିବାର ସୁଯୋଗ ପାଇବ।
ପ୍ରତିରକ୍ଷା କ୍ଷେତ୍ରରେ ଘରୋଇ ଉତ୍ପାଦନକୁ ପ୍ରୋତ୍ସାହିତ କରିବା ପାଇଁ ସେନା, ସରକାରୀ ଏବଂ ବେସରକାରୀ ଶିଳ୍ପ ସହ ଆଲୋଚନା ପରେ ମନ୍ତ୍ରଣାଳୟ ପକ୍ଷରୁ ଏହି ତାଲିକା ପ୍ରସ୍ତୁତ କରାଯାଇଛି। ଏହି ତିନୋଟି ସାମଗ୍ରୀର ପ୍ରାୟ ୨୬୦ ଯୋଜନା ପାଇଁ ତିନି ସେନାର ଏପ୍ରିଲ୍ ୨୦୧୫ ରୁ ଅଗଷ୍ଟ ୨୦୨୦ ମଧ୍ୟରେ ପ୍ରାୟ ୩.୫ ଲକ୍ଷ କୋଟି ଟଙ୍କା ମୂଲ୍ୟର ଚୁକ୍ତିନାମା ପ୍ରଦାନ କରିଥିଲେ। ସେ ଆକଳନ କରିଛନ୍ତି ଯେ, ଆସନ୍ତା ୬ରୁ ୭ ବର୍ଷ ମଧ୍ୟରେ ଘରୋଇ ଶିଳ୍ପକୁ ପ୍ରାୟ ୪ ଲକ୍ଷ କୋଟି ଟଙ୍କାର ଚୁକ୍ତିନାମା ପ୍ରଦାନ କରାଯିବ।
ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି ଯେ ସମସ୍ତ ହିତାଧିକାରୀଙ୍କ ସହ ଆଲୋଚନା ପରେ ଉତ୍ପାଦ (ଉପକରଣ)ର ଆମଦାନୀ ଉପରେ ବ୍ୟାନ୍ ଲଗାଯିବ। ଏହି ସମୟରେ ନିଆଯାଇଥିବା ନିଷ୍ପତ୍ତି ଗୁଡିକ ୨୦୨୦ ରୁ ୨୦୨୪ ମଧ୍ୟରେ କାର୍ଯ୍ୟକାରୀ ହେବ। ୧୦୧ ଟି ଉତ୍ପାଦର ତାଲିକାରେ ଆର୍ମଡ ଫାଇଟିଂ ଭେଇକିଲ୍ସ (AFVs) ମଧ୍ୟ ଅନ୍ତର୍ଭୁକ୍ତ। ମନ୍ତ୍ରଣାଳୟ ୨୦୨୦-୨୧ ପୁଞ୍ଜି କ୍ରୟ ବଜେଟକୁ ଘରୋଇ ଏବଂ ବିଦେଶୀ ମାର୍ଗରେ ବିଭକ୍ତ କରିଛି। ଚଳିତ ଆର୍ଥିକ ବର୍ଷରେ ପ୍ରାୟ ୫୨,୦୦୦ କୋଟି ଟଙ୍କାର ପୃଥକ ବଜେଟ୍ ପ୍ରସ୍ତୁତ କରାଯାଇଛି।
ପ୍ରତିରକ୍ଷାମନ୍ତ୍ରୀଙ୍କ ଏହି ଘୋଷଣା ପରେ ସ୍ପଷ୍ଟ ହୋଇଯାଇଛି ଯେ, କେନ୍ଦ୍ର ସରକାର ଏବେ ସ୍ବଦେଶୀ ଜିନିଷ ପ୍ରତି ପ୍ରୋତ୍ସାହନ ବଢାଇଛନ୍ତି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ନିଜର ଟୁଇଟର ଆକାଉଣ୍ଟରେ ଏନେଇ ଘୋଷଣା କରି କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୫ ସ୍ତମ୍ବ- ଅର୍ଥବ୍ୟବସ୍ଥା, ଭିତ୍ତିଭୂମି, ପ୍ରଣାଳୀ, ଜନସଂଖ୍ୟା ଏବଂ ଚାହିଦା ଆଧାରରେ ଆତ୍ମନିର୍ଭର ଭାରତର ଆହ୍ବାନ କରିଛନ୍ତି।