ଆଇସିୟୁରେ ବାଲେଶ୍ୱର ସାଂସଦ ପ୍ରତାପ ଷଡଙ୍ଗୀ

ବାଲେଶ୍ୱର:- ଅସୁସ୍ଥ ହୋଇପଡ଼ିଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବାଲେଶ୍ୱର ସାଂସଦ ପ୍ରତାପ ଷଡଙ୍ଗୀ। ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି। ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଉପରେ ତୀକ୍ଷିଣ ନଜର ରଖିଛନ୍ତି ଡାକ୍ତରୀ ଟିମ୍‌। ଗତ ୨୯ ତାରିଖରେ ଭୁବନେଶ୍ୱର ରେଳ ଷ୍ଟେସନ୍‌ର ନବୀକରଣ କାମର ଶିଳାନ୍ୟାସ୍‌ କରାଯାଇଥିଲା। ଏଥିରେ ଯୋଗଦେଇଥିଲେ ଶ୍ରୀ ଷଡଙ୍ଗୀ। ପରେ ସେ ପୁରୀ-ଜଳେଶ୍ୱର ଏମ୍‌ଇଏମ୍‌ୟୁ ଟ୍ରେନ୍‌ରେ ବାଲେଶ୍ୱର ଫେରିଥିଲେ। ସେହି ଦିନ ସେ ଅସୁସ୍ଥ ହୋଇଥିଲେ। ତାଙ୍କୁ ଥଣ୍ଡା ଓ ଜ୍ୱର ହୋଇଥିଲା। ଡାକ୍ତରଙ୍କ ପରାମର୍ଶରେ ସେ ମେଡ଼ିସିନ୍‌ ଖାଇଥିଲେ। ହେଲେ ସ୍ୱାସ୍ଥ୍ୟ ଅବସ୍ଥାରେ କୌଣସି ଉନ୍ନତି ଘଟିନଥିଲା। ଆଜି ଛାତିରେ ଯନ୍ତ୍ରଣା ହେବାରୁ ତାଙ୍କୁ ଫକିର ମୋହନ ମେଡ଼ିକାଲ୍‌ କଲେଜ ଆଣ୍ଡ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା।

Leave a Reply

Your email address will not be published. Required fields are marked *