ବୟସ ସୀମା ପାର୍ ହୋଇଥିଲେ ବି ଦେଇହେବ ଓଡ଼ିଶା ସିଭିଲ୍ ସର୍ଭିସେସ୍ ପରୀକ୍ଷା

କଟକ:-ଓଡ଼ିଶା ସିଭିଲ୍ ସର୍ଭିସେସ୍ ପରୀକ୍ଷା ପାଇଁ ପ୍ରସ୍ତୁତି କରୁଥିବା ବ୍ୟକ୍ତିଙ୍କ ନିମନ୍ତେ ଖୁସି ଖବର। ଯେଉଁମାନେ ୨୦୧୯, ୨୦୨୦ କି ୨୦୨୧ର ଓଡ଼ିଶା ସିଭିସ୍ ସର୍ଭିସେସ୍ ପରୀକ୍ଷା ଦେଇଛନ୍ତି କିନ୍ତୁ ୨୦୨୨ର ଓଡ଼ିଶା ସିଭିଲ ସର୍ଭିସେସ୍ ପରୀକ୍ଷା ପାଇଁ ବୟସ ସୀମା ପାର୍ ହୋଇ ଯାଇଛି ବା ସମସ୍ତ ଚାନ୍ସ ସରିଯାଇଛି, ସେମାନେ ଆଉ ଥରେ ଓଡ଼ିଶା ସିଭିଲ୍ ସର୍ଭିସେସ୍ ପରୀକ୍ଷା ୨୦୨୨ ଦେଇପାରିବେ। ବୟସ ସୀମା ଅତିକ୍ରମ କରିଥିଲେ ମଧ୍ୟ ଏବଂ ନିୟମ ଅନୁସାରେ ସମସ୍ତ ସୁଯୋଗ ସରି ଯାଇଥିଲେ ମଧ୍ୟ ସେମାନେ ଆଉ ଥରେ ଏହି ପରୀକ୍ଷା ଦେଇପାରିବେ। ରାଜ୍ୟ ସରକାର ଆଜି ଏହି ନିଷ୍ପତ୍ତି ନେଇଛନ୍ତି। ଆଶାୟୀଙ୍କ ଦାବିକୁ ଗ୍ରହଣ କରି ରାଜ୍ୟ ସରକାର ଏହି ସୁଯୋଗ ଦେଇଛନ୍ତି। ଏ ସଂପର୍କିତ ସାଧାରଣ ପ୍ରଶାସନ ଓ ପବ୍ଲିକ ଗ୍ରିଭାନ୍ସେସ୍ ବିଭାଗର ରିଜୋଲ୍ୟୁସନ ପ୍ରକାଶ ପାଇଛି। ଏ ବର୍ଷ ଅଧିକ ପଦବୀ ଥିବାରୁ ଏବଂ ଓଡ଼ିଶାରେ ଉତ୍ତର ଲେଖିବାର ସୁଯୋଗ ଥିବାରୁ ବର୍ଷ ବର୍ଷ ଧରି ପ୍ରସ୍ତୁତି ଚଳାଇଥିବା ଆଶାୟୀମାନେ ଉପକୃତ ହେବେ ବୋଲି ଶିକ୍ଷାବିଦ୍ କହିଛନ୍ତି।

Leave a Reply

Your email address will not be published. Required fields are marked *