ଅଭିନେତା ସୈଫ୍ ଅଲ୍ଲୀ ଖାନ୍‌ଙ୍କୁ ଛୁରାମାଡ଼ ଘଟଣା, ଜଣଙ୍କୁ ଗିରଫ କଲା ପୋଲିସ

ଦିଲ୍ଲୀ,(ମୁଖ୍ୟ):-ଅଭିନେତା ସୈଫ୍ ଅଲ୍ଲୀ ଖାନ୍‌ଙ୍କୁ ଛୁରାମାଡ଼ ଘଟଣାରେ ସନ୍ଦୀଗ୍ଧ ଆକ୍ରମଣକାରୀକୁ ବାନ୍ଧିଲା ମୁମ୍ବାଇ ପୋଲିସର ସ୍ପେଶାଲ ଟିମ୍ । ଛୁରାମାଡ଼ରେ ଆହତ ହୋଇ ଲୀଳାବତିରେ ଚିକିତ୍ସିତ ହେଉଛନ୍ତି ସୈଫ୍ ।ବଲିଉଡ ଅଭିନେତା ସୈଫ୍ ଅଲ୍ଲୀ ଖାନଙ୍କ ଉପରେ ତାଙ୍କ ନିଜ ଘରେ ଛୁରୀରେ ୬ ଥର ଆକ୍ରମଣ କରାଯିବା ଘଟଣା ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି । ଗୁରବାର ରାତି ୨.୩୦ ସମୟରେ, ଜଣେ ଚୋର ମୁମ୍ବାଇର ବାନ୍ଦ୍ରାରେ ସୈଫ ଅଲ୍ଲୀଙ୍କ ଘରେ ପ୍ରବେଶ କରି ଏକ ଧାରୁଆ ଛୁରୀରେ ଅଭିନେତାଙ୍କ ଉପରେ ଆକ୍ରମଣ କରିଥିଲା । ଯେଉଁଥିରେ ଅଭିନେତା ଗୁରୁତର ଆହତ ହୋଇଛନ୍ତି ପରେ ତାଙ୍କୁ ଲୀଳାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ଯେଉଁଠି ତାଙ୍କ ସର୍ଜରୀ ପରେ ବର୍ତ୍ତମାନ ସେ ସୁସ୍ଥ ଥିବା ନେଇ ସୂଚନା ରହିଛି ।

ସୈଫ୍ ଅଲ୍ଲୀ ଖାନଙ୍କ ଉପରେ ଆକ୍ରମଣ ପରେ, ମୁମ୍ବାଇ ପୋଲିସ ଏବଂ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାବୀସ ସରକାରଙ୍କୁ ସମାଲୋଚନା କରାଯାଇଛି । ବିରୋଧୀ ଦଳଗୁଡ଼ିକ ମହାରାଷ୍ଟ୍ରର ଫଡନାଭିସ ସରକାର ଉପରେ ଆଇନ ଶୃଙ୍ଖଳା ପରିସ୍ଥିତି ଭଙ୍ଗ କରିବାର ଅଭିଯୋଗ ଆଣିଛନ୍ତି । ସୈଫଙ୍କ ଘର ଏତେ କଡା ସୁରକ୍ଷା ଭିତରେ ଥାଇ ଯଦି ଏଭଳି ଘଟଣା ହେଉଛଛି ତେବେ ସାଧାରଣ ଜନତା ହୁଅନ୍ତୁ ବା ଅନ୍ୟ ସିନେ ତାରକା କେତେ ସୁରକ୍ଷିତ?

Leave a Reply

Your email address will not be published. Required fields are marked *