ପୋଲିସିଆ ସ୍ତ୍ରୀ ପାଇଁ ଅପରାଧ କରି ଖସି ଯାଉଛନ୍ତି ଟୁନା ଏବଂ ତାର ଗ୍ୟାଙ୍ଗ
ଭୁବନେଶ୍ୱର,(ମୁଖ୍ୟ):-ମହିଳା ପୁଲିସ ବାହୁତଳେ ଲୁଚି ରହି ବମିଖାଲର ଅପରାଧି ଟୁନା ଜେନା ତାର ଅପରାଧିକ ସାମ୍ରାଜ୍ୟ ବିସ୍ତାର କରିବାରେ ଲାଗିଛି। କେବଳ ଟୁନା ନୁହେଁ ତାର ସହଯୋଗୀ ବିଶ୍ବଜିତ ପୁହାଣ, ଅନିଲ ପୁହାଣ ବମିଖାଲରେ ଅପରାଧିକ କାୟା ମେଲାଇ ଚାଲିଛନ୍ତି। ସେମାନେ ଯାହା ପାଉଛନ୍ତି କରୁଛନ୍ତି| ଏହି ଅପରାଧିମାନଙ୍କୁ ସୁରକ୍ଷା ଦେଉଛନ୍ତି କମିଶନରେଟ୍ ପୁଲିସରେ ଚାକିରି କରିଥିବା ଟୁନାଙ୍କ କନଷ୍ଟେବଳ ପତ୍ନୀ। ଯେଉ ଥାନାରେ ଏମାନଙ୍କ ନାମରେ ଅଭିଯୋଗ ହେଉଛି, ଉକ୍ତ ଥାନାରେ ଚିହ୍ନା ଥିବା ପୁଲିସକୁ ଗୁହାରି କରି କନଷ୍ଟେବଳ ପତ୍ନୀ ମାମଲାକୁ ରଫାଦଫା କରୁଛନ୍ତି। ଆଉ ଯଦି କେହି ରଫାଦଫା କରିବାକୁ ରାଜି ହେଉନାହାନ୍ତି ସେମାନଙ୍କୁ ଏହି ପରିବାର ମହିଳା ଗୋଷ୍ଠୀ ଏକ ପ୍ରକାର ବଦନାମ କରୁଛନ୍ତି। ନିକଟରେ କ୍ୟାପିଟାଲ ଥାନା ବାପୁଜୀନଗର ଏକ ହୋଟେଲ ଆଗରେ ଦଳିତ ଯୁବତୀଙ୍କୁ ବିଚ ରାସ୍ତାରେ ଅସଦାଚରଣ କଲେ| ଯୁବତୀ ଏନେଇ ଥାନାରେ ଅଭିଯୋଗ କଲେ | ପୋଲିସ ବି ମାମଲା ରୁଜୁ କଲା |ହେଲେ ସବୁଥର ଭଳି ଯୁବତୀଙ୍କ ଉପରେ ଚାପ ପକାଇ ମାମଲା ସମାଧାନ କଲେ | କିନ୍ତୁ ନିର୍ଭିକ ସାମ୍ବାଦିକଏହି ଘଟଣାକୁ ବିରୋଧ କରିବା ସହ ନିଜର କର୍ତ୍ତବ୍ୟ ସମ୍ପାନ କଲେ| ଯୋଉଥି ପାଇଁ ସାମ୍ବାଦିକ ଚନ୍ଦନ ଜେନା ସେମାନଙ୍କ ଆକ୍ରୋଶର ଶିକାର ହେଲେ | ତାଙ୍କୁ ବଦନାମ କରି ସମାଜ ଆଗଲେ ଧୁଆମୁହାଁ ହେବାକୁ ଏହି ଅପରାଧିଙ୍କ ପରିବାର ଯୋଜନା କରିଥିଲେ। ଏମାନଙ୍କ ନାମରେ ସାମ୍ବାଦିକ ଚନ୍ଦନ ଲକ୍ଷ୍ମୀସାଗର ଥାନାର ଦ୍ବାରସ୍ଥ ହୋଇଥିବା ବେଳେ ସେମାନେ ଜାଣିଶୁଣି ଚନ୍ଦନଙ୍କ ନାମରେ ମିଛ ଅଭିଯୋଗ କରିଥିଲେ। ଝିଅ ବୋହୂଙ୍କ ଭିଡ଼ିଓ କରିବା ଏବଂ ବ୍ଲାକ୍ମେଲିଂ କରିବା ମିଛ ଅଭିଯୋଗ କରିଥିଲେ। ଟୁନା ଏବଂ ଅନ୍ୟ 4 ଅପରାଧିଙ୍କ ପରିବାରର ମହିଳାମାନେ ସେମାନଙ୍କୁ ଘଣ୍ଟ ଘୋଡାଇବାକୁ ଆଗକୁ ଆସୁଛନ୍ତି। ଏପରିକି ସେମାନେ ସ୍ୱୟଂସହାୟକ ଗୋଷ୍ଠୀରେ ଥିବା ମହିଳାମାନଙ୍କୁ ଢାଲ କରୁଛନ୍ତି। ଟୁନା ଜେନା ଏବଂ ଅନ୍ୟ 4ଜଣଙ୍କ ନାମରେ ଅଭିଯୋଗ ହେଲେ ଏହି ହାତ ଗଣତି ମହିଳା ଗୋଷ୍ଠୀ ଥାନା ଘେରାଉ କରି ପୁଲିସ ଉପରେ ଚାପ ପକାଉଛନ୍ତି। ଏହି ମହିଳା ଗୋଷ୍ଠୀ ସହ ଟୁନାଙ୍କ ପୁଲିସ ପତ୍ନୀ ଥାନା ପୁଲିସ ଉପରେ ଚାପ ପକାଉଛନ୍ତି। ଯେଉଥି ପାଇଁ ଏହି ଅପରାଧି ଗ୍ୟାଙ୍ଗ୍ ଅପରାଧ ଘଟାଇଲେ ସେମାନେ ସହଜରେ ଖସି ଯାଉଛନ୍ତି। ତେଣୁ ଏମାନଙ୍କ ପାଦୃଭାବରେ ବମିଖାଲ ଗ୍ରାମବାସୀ ଆତଙ୍କିତ ହୋଇ ଅଛନ୍ତି। ତେଣୁ ପୁଲିସ ଡିଜି ଏବଂ କମିଶନର ଏମାନଙ୍କ ବିରୋଧରେ ଦୁଢ କାର୍ଯ୍ୟ।ନୁଷ୍ଠାନ ନେବାକୁ ଗ୍ରାମବାସୀ ଦାବି କରିଛନ୍ତି।
ବଡ଼ କଥା ହେଲା ଏହି ଗ୍ୟାଙ୍ଗ୍ ବମିଖାଲ ଦୁର୍ଗ।ପୁଜା ମଣ୍ଡପ ଆଗରେ ଏହା ଅପରାଧିମାେ ଆଡ୍ଡା ଜମାଇଛନ୍ତି। ପୂଜା କମିଟି ଏକାଧିକ ଉଠା ଦୋକାନୀଙ୍କୁ ସେଠାରୁ ବିଦା କରିଥିଲେ ମଧ୍ୟ ଏହି ଅପରାଧିକ ଗ୍ୟାଙ୍ଗ୍ ଜବରଦସ୍ତି ଦୋକାନ ପକାଇଛନ୍ତି। ସେମାନଙ୍କ ଭୟରେ କେହିବି ପାଟି ଖୋଲୁନାହିଁ। ଯେଉମାନେ ଦୋକାନ ପକାଇଛନ୍ତି ସେମାନଙ୍କ ଅପରାଧିକକ ତାଲିକା ପୁଲିସ ଘାଣ୍ଟିଲେ ସବୁ କିଛି ସ୍ପଷ୍ଟ ହେବ। ବିଗତ ଦିନରେ ସେମାନେ ନାମରେ ଦୁର୍ଗ।ପୂଜା ମଣ୍ଡପ ଆଗରେ ଗୁଳିମାଡ଼, ହତ୍ୟା ଉଦ୍ୟମ, ବୋମା ମାଡ଼, ସରକାରୀ ଜାଗା ବିକ୍ରି ଏବଂ ଜୁଆ ଖେଳରେ ଜଡିତ ଥିବା ମାମଲା ରହିଛି। ଦୁର୍ଗ। ପୂଜା ମଣ୍ଡପ ଆଗରେ ସେମାନେ ଦିନରେ ପାନ, ଫାଷ୍ଟଫୁଡ, ପରିବା ବେପାର କରନ୍ତି। ଆଉ ରାତି ହେଲେ ସେମାନେ ଡ୍ରଗ୍ସ କାରବାର କରୁଥିବାରୁ ଅଭିଯୋଗ ରହିଛି। ଏହା ପୂର୍ବରୁ ଦୋକାନୀ ମାନଙ୍କୁ ଦୃଗାପୂଜା ମଣ୍ଡପ ତରଫରୁ ଉଠାଯାଇଥିଲା। କିନ୍ତୁ ସେମାନେ ଅପରାଧି ହୋଇଥିବାରୁ ଜବରଦସ୍ତି ଡରାଇ, ଧମକାଇ ଦୋକାନ ବସାଇଛନ୍ତି। କିଛି ଦିନ ତଳେ କଟକରୋଡ଼ରେ ଥିବା ମଦ ଦୋକାନରେ ରାତି ଗୋଟିଏ ପରେ ମଦ ମାଗି ଗଣ୍ଡଗୋଳ କରିଥିଲେ। କାର୍ଯ୍ୟ।ନୁଷ୍ଠାନ ନେଇ ଲକ୍ଷ୍ମୀସାଗର ପୁଲିସ ଦୁଇ ଅପରାଧୀଙ୍କୁ କାବୁ କରି ଥିବା ବେଳେ ଦୁଇ ଅପରାଧୀ ଖସି ଯାଇଥିଲେ। ଏବେ ଏହି ଗ୍ୟାଙ୍ଗ ମଧ୍ୟ ବମିଖାଲରେ ବେଆଇନ ଭାବେ ସୁଧ ବେପାର କରୁଛନ୍ତି | ସୁଧ ଦେବାରେ ବିଳମ୍ବ ହେଲେ ଏହି ଟୁନା ଗ୍ୟାଙ୍ଗ ଘରେ ପଶି ଧମକ ଦେବା ସହ ଭଙ୍ଗାରୁଜା କରୁଛନ୍ତି l ନିକଟରେ ମଞ୍ଚେଶ୍ୱର ଥାନା ପଦ୍ମକେଶରୀପୁର ରେ ଯେଭଳି ଗୋଷ୍ଠୀ ସଂଘର୍ଷ ଘଟିଥିଲା, ସେଭଳି ହେବାର ସମ୍ଭାବନା ରହିଥିବା ଚର୍ଚ୍ଚା ହେଉଛି |