ପୋଲିସ ମିତ୍ର ହତ୍ୟା ଘଟଣାର ପର୍ଦ୍ଦାଫାସ, ୨ମହିଳା ସମେତ ୫ ଗିରଫ

ଭୁବନେଶ୍ୱର(ମୁଖ୍ୟ):- ପୋଲିସ ମିତ୍ର ସହଦେଵ ନାୟକ ହତ୍ୟା ଘଟଣାରେ କମିଶନରେଟ ପୋଲିସକୁ ମିଳିଛି ସଫଳତା| ଏହି ଜଘନ୍ୟ ହତ୍ୟାକାଣ୍ଡ ମାମଲାରେ ସଂପୃକ୍ତ ଥିବା 2 ମହିଳାଙ୍କ ସମେତ 5 ଜଣଙ୍କୁ ଗିରଫ କରାଯାଇଥିବା ଡିସିପି ପିନାକ ମିଶ୍ର ସୂଚନା ଦେଇଛନ୍ତି ପ୍ରାଥମିକ ତଦନ୍ତରୁ ବ୍ୟକ୍ତିଗତ କାରଣ ପାଇଁ ରାଜଧାନୀ ଭୁବନେଶ୍ୱରରେ ଘଟିଥିବା ଲୋମଟାଙ୍କୁରା ହତ୍ୟାକାଣ୍ଡ। ଅନ୍ୟ ଜଣେ ଅଭିଯୁକ୍ତ ଫେରାର ଥିବା ବେଳେ ଏବେ ମଧ୍ୟ ମାମଲା ତଦନ୍ତ ଚାଲିଥିବା ଡିସିପି କହିଛନ୍ତି।

କେଦାରପଲ୍ଲୀ ବସ୍ତିରେ ସହଦେବ ନାୟକ ଘର। ବୁଧବାର ସକାଳ ପ୍ରାୟ ୮ଟା ବେଳେ ସେ ସ୍କୁଟିରେ ଯାଉଥିବା ବେଳେ ଆକ୍ରମଣ ହୋଇଥିଲା। କେଦାରପଲ୍ଲୀ ଲକ୍ଷ୍ମୀଧର ନାୟକ ଓରଫ ମଣ୍ଟି ଓ ତାଙ୍କର ସହଯୋଗୀ ଖୋର୍ଦ୍ଧା ଜିଲ୍ଲାର ରକି ନାୟକ ଆକ୍ରମଣ କରିଥିଲା। ରକି ନାୟକ ତାଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲା। ରକ୍ତ ଜୁଡୁବୁଡୁ ଅବସ୍ଥାରେ ତାଙ୍କୁ କ୍ୟାପିଟାଲ୍‌ ମେଡିକାଲ୍‌ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମର୍ଡର ନେଇ ସ୍ପଷ୍ଟ ହେବା ପରେ ଅଭିଯୁକ୍ତଙ୍କୁ ଧରିବା ପାଇଁ କମିସନ୍‌ରେଟ୍‌ ପୁଲିସ୍‌ ୩ଟି ଟିମ୍‌ ଗଠନ କରିଥିଲା। ଅଭିଯୁକ୍ତଙ୍କ ପିଛା କରିଥିଲା। ନୟାଗଡ଼ରୁ ଲକ୍ଷ୍ମୀଧର ଓ ରକିଙ୍କୁ ଧରିଥିଲା। ପରେ ସେମାନଙ୍କ ବୟାନ୍‌ ଆଧାରରେ ଲକ୍ଷ୍ମୀଧରଙ୍କ ପତ୍ନୀ ଲିପିକା, କେଦାରପଲ୍ଲୀ ଅଞ୍ଚଳର ରାକେଶ ନାୟକ ଓରଫ ଅଣ୍ଡା ଓ ତାଙ୍କ ପତ୍ନୀ ଲକ୍ଷ୍ମୀ ନାୟକଙ୍କୁ ଧରିଥିଲା। ଅନ୍ୟତମ ଅଭିଯୁକ୍ତ ଫେରାର ରହିଛି। ଏଥିସହ ଆକ୍ରମଣରେ ବ୍ୟବହୃତ ହୋଇଥିବା ୨ଟି ବାଇକ୍‌, ଧାରୁଆ ଅସ୍ତ୍ର, ୪ଟି ମୋବାଇଲ୍‌, ରକ୍ତ ଭିଜା ସାର୍ଟ, ୨ଟି ବ୍ୟାଗ ପୁଲିସ୍‌ ଜବତ କରିଛି। ଏବେ ମଧ୍ୟ ଘଟଣାର ତଦନ୍ତ ଚାଲିଛି। ଗିରଫ ଅଭିଯୁକ୍ତଙ୍କଠାରୁ ତଥ୍ୟ ସଂଗ୍ରହ କରାଯାଉଛି। ପ୍ରାଥମିକ ତଦନ୍ତରୁ ବ୍ୟକ୍ତିଗତ କାରଣ ପାଇଁ ହତ୍ୟା କରାଯାଇଥିବା ଡିସିପି କହିଛନ୍ତି।

ସେପଟେ ଡିସିପି କହିଛନ୍ତି, ସମସ୍ତ ଅଭିଯୁକ୍ତଙ୍କର ଅପରାଧୀକ ରେକର୍ଡ ଯାଞ୍ଚ ଚାଲିଛି। ତେବେ ପୂର୍ବରୁ ଲିପିକାଙ୍କୁ ଗିରଫ କରିଥିଲା ଅବକାରୀ ବିଭାଗ।ସେ ଗତ ୫ ତାରିଖରେ ବେଲ୍‌ରେ ଆସିଥିଲେ। ବାଣୀବିହାର-ରସୁଲଗଡ ରାସ୍ତାର ରେଲୱେ ଓଭରବ୍ରିଜ ସାମ୍ନାରେ ସହଦେବଙ୍କୁ ଅଭିଯୁକ୍ତମାନେ ଅତି ନିର୍ମମ ଭାବେ ହତ୍ୟା କରିଥିଲେ। ସେଠାରୁ 4ଜଣ ଅଭିଯୁକ୍ତ ଦୁଇଟି ବାଇକରେ ଖସି ପଳାଇଥିଲେ। ହତ୍ୟାରେ ବ୍ୟବହୃତ ମାରଣାନ୍ତ୍ରକୁ ଧରି ଦୟାନନ୍ଦୀରେ ଫୋପାଡି ଦେଇ ଜଟଣୀ ରାସ୍ତାରେ ନୟାଗଡ ପଳାଇଥିଲ। ଅଭିଯୁକ୍ତଙ୍କ ବାଇକର ନମ୍ବର ପ୍ଲେଟ୍ର ଅଭିଯୁକ୍ତଙ୍କୁ ଚିହ୍ନଟ କରି ପିଛା କରିଥିଲା। ହତ୍ୟା କରିବା ପରେ ନୟାଗଡ ଶରଣକୁଳଥିବା ଲିପିକାଙ୍କ ଘରକୁ ସମସ୍ତ ଅଭିଯୁକ୍ତ ପଳାଇଥିଲେ। ସେଠାରେ ଚଢ଼ଉ କରି ଲିପିକା, ସ୍ୱାମୀ ଲକ୍ଷ୍ମୀଧର ଓ ସହଯୋଗୀ ରକିକୁ କାବୁ କରାଯାଇଥିଲା। ଏହି ହତ୍ୟାକାଣ୍ଡରେ ଷଡଯନ୍ତ୍ରକାରୀ ଥିବା ଲକ୍ଷ୍ମୀ ଓ ରାକେଶଙ୍କ ସମ୍ପୃକ୍ତି ରହିଥିବା ବେଳେ ସେମାନେ ହତ୍ୟାକାଣ୍ଡସ୍ଥଳୀକୁ ଯାଇନଥିଲେ। ତେଣୁ ସେମାନେ ଭୁବନେଶ୍ବରରେ ରହିଥିଲେ। ତଦନ୍ତ ପରେ ଦମ୍ପତିଙ୍କ ସମ୍ପୃକ୍ତି ପଦାକୁ ଆସିବା ପରେ ସେମାନଙ୍କୁ ଗିରଫ କରାଯାଇଥିଲା। ଏହି ମାମଲାରେ ଅନ୍ୟତମ ମୁଖ୍ୟ ଅଭିଯୁକ୍ତ ସୁଶାନ୍ତ ଫେରାର୍ ହେବାର ସଫଳ ହୋଇଛି। ଅଭିଯୁକ୍ତଙ୍କୁ ଆଜି ପୁନଃଦୃଶ୍ୟାୟନ କରାଯାଇଥିବା ବେଳେ ଦୟାନଦୀରୁ ମାରଣାସ୍ତ୍ର ଥିବା ବ୍ୟାଗ୍କୁ ଜବତ କରାଯାଇଥିଲା।
ବ୍ରାଉନସୁଗର କାରବାର ମାମଲାରେ ଲିପିକାଙ୍କୁ ଅବକାରୀ ସ୍କ୍ବାଡ ଗିରଫ କରିଥିଲା। ତାଙ୍କ ଗିରଫଦାରୀ ପଛରେ ସହଦେବଙ୍କ ହାତ ରହିଥିବା ଲିପିକା ସନ୍ଦେହ କରିଥିଲେ। ପୂର୍ବରୁ ତାଙ୍କୁ ସଫେଇ କାର୍ଯ୍ୟରୁ ବିତାଡିତ କରିଥିଲେ। ତେଣୁ ତାଙ୍କର ଚଳିବାରେ ବହୁ ଅସୁବିଧା ହେଉଥିଲା। ଅନୁରୂପ ଭାବେ ଅନ୍ୟତମ ଅଭିଯୁକ୍ତ ଲକିକୁ ବର୍ଷେ ପୂର୍ବରୁ ସହଦେବଙ୍କ ସମ୍ପର୍କୀୟ ମାଡ ମାରିଥିଲେ। ଏଥିରେ ବି ସହଦେବଙ୍କ ସମ୍ପକ୍ତି ରହିଥିବା ଲକି ସନ୍ଦେହ କରୁଥିଲେ। ତେଣୁ ଅଭିଯୁକ୍ତମାନେ ସହଦେବକୁ ରାସ୍ତାରୁ ହଟାଇବା ଲାଗି ଯୋଜନା କରିଥିଲେ। ଅନ୍ୟତମ ଅଭିଯୁକ୍ତ ସୁଶାନ୍ତର ଡୁମୁଡୁମା ସ୍ଥିତ ଘରକୁ ଅଭିଯୁକ୍ତମାନେ ଯାଇଥିଲେ। ସେଠାରେ ହତ୍ୟା କରିବା ପାଇଁ ଯୋଜନା ହୋଇଥିଲା l ଏପରିକି ସମସ୍ତକୁ କାମ ବଣ୍ଟା ଯାଇଥିଲା l ହତ୍ୟା ପରେ କୋଉଠି ସାମାନ ଲୁଚେଇବେ, କୁଆଡେ ଯିବେ, ସବୁ କିଛି ପୂର୍ଵରୁ ଯୋଜନା ହୋଇଥିଲା l

Leave a Reply

Your email address will not be published. Required fields are marked *