ଭୁବନେଶ୍ୱରରେ “ଫ୍ୟାଟ୍ ଟାଇଗର” ବ୍ରାଞ୍ଚର ଶୁଭାରମ୍ଭ

ଭୁବନେଶ୍ୱର :- ଦେଶର ବିଭିନ୍ନ ମୋଟ୍ରୋ ସିଟିରେ ବେଶ ସଫଳତା ହାସଲ କରିଥିବା “ଫ୍ୟାଟ୍ ଟାଇଗର” ଫୁଡ ବ୍ରାଣ୍ଡ ପ୍ରଥମ ଥର ପାଇଁ ଭୁବନେଶ୍ୱରରେ ଏହାର ଏକ ନୂତନ ବ୍ରାଞ୍ଚର ଶୁଭାରମ୍ଭ ହୋଇଛି । ଭୁବନେଶ୍ୱର ପଟିଆ କିଟ ରୋଡରେ “ଫ୍ୟାଟ୍ ଟାଇଗର” ବ୍ରାଞ୍ଚର ନିର୍ଦ୍ଦେଶକ ନିହା ଗୁପ୍ତା ଓ ପାରୁଲ ଅଗ୍ରୱାଲ ଉପସ୍ଥିତ ଅତିଥିଙ୍କ ସହ କେକ୍ କାଟିବା ସହ ଫିତା କାଟି ଷ୍ଟୋରର ଉଦ୍‌ଘାଟନ କରିଥିଲେ । “ଫ୍ୟାଟ୍ ଟାଇଗର” ବଲିଉଡ ନାୟିକା ପରିନିତି ଚୋପ୍ରାଙ୍କ ପ୍ରିୟ ଖାଦ୍ୟ ବ୍ରାଣ୍ଡ ହୋଇଥିବାରୁ ଯୁବ ଗୋଷ୍ଟିଙ୍କ ମଧ୍ୟରେ ଏହାର ବହୁତ ଚାହିଦା ରହିଛି । “ଫ୍ୟାଟ୍ ଟାଇଗର” କିଟ ସ୍ଥିତ ନୁଆ ବ୍ରାଞ୍ଚ ଖୋଲିବା ପରେ ଗ୍ରାହକଙ୍କ ବେଶ ଭିଡ ଜମିଥିଲା ।
ଫ୍ୟାଟ୍ ଟାଇଗର ଗରମ ଏବଂ ଥଣ୍ଡା ଚା କଫିର ’ଏକ ନୂତନ ଉପହାର ଅଟେ । ଏହା ହେଉଛି ପ୍ରଥମ ଭାରତୀୟ ବ୍ରାଣ୍ଡ ଯାହା ମଧ୍ୟବିତ୍ତ ଗ୍ରାହକଙ୍କୁ ଆଧୁନିକ ଚା, କଫି, ମିଲ୍କ ସେକ୍ ମୋଜିଟୋ ସହ ବର୍ଗର, ମୋମୋ, ସାଣ୍ଡଉଇଚ୍‌, ପିଜା ଓ ଅନ୍ୟାନ ଫାଷ୍ଟଫୁଡ ଖାଦ୍ୟ ଅଳ୍ପ ମୂଲ୍ୟରେ ଗ୍ରାହକମାନଙ୍କୁ ଯୋଗାଇଥାଏ । ବ୍ରାଞ୍ଚର ଡାଇରେକ୍ଟର ନିହା ଗୁପ୍ତାଙ୍କ କହିବା ମୁତାବକ ଏହି ବ୍ରାଣ୍ଡର ଲକ୍ଷ୍ୟ ହେଉଛି ରାଜ୍ୟବାସୀଙ୍କୁ ସବୁଠାରୁ ସୁସ୍ୱାଦୁ, ସ୍ଥାୟୀ ଏବଂ ଉନ୍ନତମାନର ଖାଦ୍ୟ ସ୍ୱଳ୍ପ ମୂଲ୍ୟରେ ଯୋଗଇବା । ଯାହାକି ଯୁବ ବର୍ଗଙ୍କ ଭିତରେ“ଫ୍ୟାଟ୍ ଟାଇଗର”ବ୍ରାଣ୍ଡ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବା ସହ ବେଶ ଆଦୃତ ହୋଇଛି । “ଫ୍ୟାଟ୍ ଟାଇଗର” ଆଉ ଏକ ବ୍ରାଞ୍ଚ ସମ ହସ୍ପିଟାଲ ନିକଟରେ ଖୁବ ଶିଘ୍ର ଶୁଭାରମ୍ଭ

Leave a Reply

Your email address will not be published. Required fields are marked *