ଚିର ନିଦ୍ରାରେ ମୋତି ମହଲର ରାଣୀ

ଜୟପୁର:-ଚିର ନିଦ୍ରାରେ ମୋତି ମହଲର ରାଣୀ । ଜୟପୁର ରାଜପରିବାରର ଶେଷ ରାଣୀଙ୍କ ପରଲୋକ ହୋଇଯାଇଛି । ରାଜପରିବାର ଶେଷରାଣୀ ରମା କୁମାରୀ ଦେବୀଙ୍କର ଜୟପୁର ସ୍ଥିତ ରାଜପ୍ରସାଦରେ ବିଳମ୍ବିତ ରାତିରେ ମୃତ୍ୟୁ ହୋଇଛି । ମୃତ୍ୟୁ ବେଳକୁ ରାଣୀଙ୍କୁ ୯୨ବର୍ଷ ବୟସ ହୋଇଥିଲା ।ଏହା ପୂର୍ବରୁ ରାଜା ବିକ୍ରମ ଦେବଙ୍କ ୧୯୫୨ ମସିହାରେ ମୃତ୍ୟୁ ହୋଇଥିବା ବେଳେ ରାଣୀ ରମା ଜୀବୀତ ଥିଲେ । ରାଣୀ ରାଜପ୍ରସାଦରେ ହିଁ ରହୁଥିଲେ । ରାଣୀଙ୍କ ମୃତ୍ୟୁ ପରେ ରାଜ ଅଂଶ ଶେଷ ହୋଇଥିବା ବେଳେ କେବଳ ତାଙ୍କର ଦାୟଦ ମାନେ ରହିଛନ୍ତି । ରାଣୀଙ୍କ ଦୁଇ ପୁଅଙ୍କର ମଧ୍ୟ ମୃତ୍ୟୁ ହୋଇସାରିଛି । ତେବେ ଶେଷ ରାଣୀଙ୍କ ଅନ୍ତିମସଂସ୍କାର ରାଜକୀୟ ନୀତିରେ କରାଯିବ ।

Leave a Reply

Your email address will not be published. Required fields are marked *