ସାମନାକୁ ଆସିଲା ରିୟାଙ୍କ କଲ୍ ଡିଟେଲ୍ସ, ମହେଶ ଭଟ୍ଟଙ୍କ ସହିତ ହେଉଥିଲେ କଥା

ମୁମ୍ବାଇ,:-ବଲିଉଡ ଅଭିନେତ ସୁଶାନ୍ତ ସିଂ ରାଜପୁତଙ୍କ ମାମଲାରେ ପ୍ରତିଦିନ ନୂଆ ମୋଡ  ସାମନାକୁ ଆସୁଛି। ଏହା ଭିତରେ ଏବେ ରିୟା ଚକ୍ରବର୍ତ୍ତୀଙ୍କ କଲ୍ ଡିଟେଲକ୍ସ ମଧ୍ୟ ସାମନାକୁ ଆସିସାରିଛି, ଯେଉଁଥିରେ ଖୁଲାସା ହୋଇଛି ଯେ  ରିୟା ୮-୧୪ ଜୁନ୍ ଭିତରେ ମହେଶ ଭଟ୍ଟ, ସୁଶାନ୍ତଙ୍କ ବାପା କେକେ ସିଂ ଓ ସାଙ୍ଗ ସିର୍ଦ୍ଧାର୍ଥ ପିଠାନୀଙ୍କ ସହ ମଧ୍ୟ କଥା ହୋଇଛନ୍ତି। ସେଭଳି ସୁଶାନ୍ତଙ୍କ ସହ ରିୟା ୧୩୭ ଥର ​‌କଥା ହୋଇଥିଲେ।

ଏକ ନ୍ୟୁଜ ଚ୍ୟାନେଲ ରିପୋର୍ଟ ଅନୁସାରେ, ରିୟା ଚକ୍ରବର୍ତ୍ତୀଙ୍କ ଗତ ଏକ ବର୍ଷର ​‌କଲ୍ ଡିଟେଲ୍ସରୁ ଖୁଲାସା ହୋଇଛି ଯେ, ସୁଶାନ୍ତଙ୍କ ବ୍ୟତୀତ ଶ୍ରୁତି ମୋଦିଙ୍କୁ ୮୦୮ ଥର କଲ୍ କରିଥିଲେ । ସେଭଳି ସାମୁଏଲ ମିରାଣ୍ଡଙ୍କୁ ୨୮୯ ଥର ଫୋନ୍ କରିଥିଲେ। ଏହା ସହିତ କଲ୍ ଡିଟେଲ୍ସରୁ ଜଣାପଡିଛି ଯେ, ରିୟା ଦୁଇଜଣ ମନୋଚିକିତ୍ସକଙ୍କ ସହିତ କଥା ହେଉଥିଲେ। ଏହା ସହିତ ମହେଶ ଭଟ୍ଟଙ୍କ ସହିତ ରିୟା ବହୁତ ଥର କଥା ହେଉଥିଲେ।

ରିୟାଙ୍କ ବାର୍ଷିକ କଲ୍ ରେକର୍ଡ ଅନୁସାରେ, ସେ ଇନ୍ଦ୍ରଜିତ ଚକ୍ରବର୍ତ୍ତୀ(ରିୟାଙ୍କ ବାପା)ଙ୍କୁ୧୧୨୨ ଥର ଫୋନ୍ କଲ୍ କରିଥିଲେ। ଏହାପରେ ଶୋଭିକ୍ ଚକ୍ରବର୍ତ୍ତୀ(ରିୟାଙ୍କ ଭାଇ) ୮୮୬ କଲ୍, ଶ୍ରୁତି ମୋଦି(ସୁଶାନ୍ତଙ୍କ ପୂର୍ବତନ ବିଜନେସ୍ ମ୍ୟାନେଜର ଓ ରିୟାଙ୍କ ମ୍ୟାନେଜର)ଙ୍କୁ ୮୦୮ କଲ୍। ସ୍ୟାଣ୍ଡି ଚକ୍ରବର୍ତ୍ତୀ- ୫୩୭  ଥର କଲ୍। ସାମୁଏଲ ମିରାଣ୍ଡ- ୨୮୯ ଥର କଲ୍, ସୁଶାନ୍ତ ସିଂ ରାଜପୁତ- ୧୩୭ଟି କଲ୍ ଓ ଦୁଇଟି ମେସେଜ୍ ଦେଇଥିଲେ। ସେଭଳି ମହେଶ ଭଟ୍ଟଙ୍କ ସହିତ ଫୋନରେ ୧୬ ଥର ଫୋନରେ କଲ୍ କରିଥିଲେ।

Leave a Reply

Your email address will not be published. Required fields are marked *