କ୍ବାରେଣ୍ଟାଇନ୍ ମୁକ୍ତ ହେଲେ ଏସପି ବିନୟ ତିଓ୍ବାରୀ

ମୁମ୍ବାଇ:-ସୁଶାନ୍ତ ସିଂହ ରାଜପୁତଙ୍କ ମାମଲା ଯାଞ୍ଚ କରିବାକୁ ପହଞ୍ଚିଥିବା ପାଟନା ଏସପି ବିନୟ ତିଓ୍ବାରୀଙ୍କୁ ବିଏମସି ଛାଡ଼ି ଦେଇଛି। ବିଏମସି ଗତ ରବିବାର ବିନୟ ତିଓ୍ବାରୀଙ୍କୁ ଜବରଦସ୍ତି କ୍ବାରେଣ୍ଟାଇନ୍ କରି ଦେଇଥିଲା। ତାଙ୍କ ହାତରେ କ୍ବାରେଣ୍ଟାଇନର ମୋହର ମଧ୍ୟ ଲଗାଇ ଦେଇଥିଲା। ଯାହା ଅନୁସାରେ ତାଙ୍କୁ ଅଗଷ୍ଟ ୧୫ତାରିଖ ଯାଏଁ କ୍ବାରେଣ୍ଟାଇନରେ ରହିବାର ଥିଲା,କିନ୍ତୁ ଏସପି ବିନୟ ତିଓ୍ବାରୀ କହିଥିଲେ ଯେ ତାଙ୍କୁ ବିଏମସି ମ୍ୟାସେଜ କରି କହିଛି ଯେ ତାଙ୍କୁ କ୍ବାରେଣ୍ଟାଇନରୁ ମୁକ୍ତ କରାଯାଉଛି। ଏହା ପରେ ସେ ଆଜି ହିଁ ପାଟନା ପାଇଁ ବାହାରିବେ।

ବିଏମସି ଦ୍ବାରା ଆଇପିଏସ୍ ଅଧିକାରୀ ବିନୟ ତିଓ୍ବାରୀଙ୍କୁ ଜବରଦସ୍ତି କ୍ବାରେଣ୍ଟାଇନ୍ କରିବାରୁ ବିହାର ପୋଲିସ୍ ସହିତ ସରକାର ମଧ୍ୟ ଖୁବ୍ ଆଲୋଚନା କରିଥିଲେ। ଏହା ପରେ ପୋଲିସ୍ ଏବଂ ମୁମ୍ବାଇ ପୋଲିସ୍ ମଧ୍ୟରେ ବିବାଦ ସମସ୍ତଙ୍କ ସାମନାରେ ମଧ୍ୟ ଆସିଥିଲା। ବିହାର ଡିଜିପି ପ୍ରେସ୍ କନଫରେନ୍ସ କରି ଏସପି ବିନୟ ତିଓ୍ବାରୀଙ୍କୁ କ୍ବାରେଣ୍ଟାଇନ୍ କରିବାରୁ ପ୍ରଶ୍ନ ଉଠାଇଥିଲେ। ସୁଶାନ୍ତ ସିଂହ ରାଜପୁତଙ୍କ ଭଉଣୀ ଶ୍ବେତା ସିଂହ କୀର୍ତ୍ତି ଏବଂ ସୁଶାନ୍ତଙ୍କ ଫ୍ୟାନ୍ ମଧ୍ୟ ବିଏମସିର ଆଲୋଚନା କରିଥିଲେ।

କେବଳ ଏତିକି ନୁହେଁ,ସୁପ୍ରିମ କୋର୍ଟରେ ମଧ୍ୟ ଏକ ମାମଲାର ଶୁଣାଣି ସମୟରେ ବିଏମସିର ଏହି କାର୍ଯ୍ୟାନୁଷ୍ଠାନ ଉପରେ ଆପତ୍ତି ପ୍ରକାଶ କରିଥିଲେ। ସୁପ୍ରିମ କୋର୍ଟ ଏହାକୁ ଭୁଲ୍ ସନ୍ଦେଶ ଦେଉଥିବା ଗତିବିଧି କହିଥିଲେ। ସୁପ୍ରିମ କୋର୍ଟ କଥା କହି ବିହାରର ଡିଜିପି ବିଏମସିକୁ ପତ୍ର ଲେଖିଥିଲେ କିନ୍ତୁ ଏଥିରେ ମଧ୍ୟ ତତ୍କାଳ ପ୍ରତିକ୍ରିୟା ଦେଇନଥିଲେ। କିନ୍ତୁ ଏବେ ବିଏମସି ବିନୟ ତିଓ୍ବାରୀଙ୍କୁ କ୍ବାରେଣ୍ଟାଇନ୍ ମୁକ୍ତ କରି ଦେଇଛି ଏବଂ ପାଟନା ଯିବାକୁ ଅନୁମତି ଦେଇ ଦେଇଛନ୍ତି। ସେହିପରି ମୁମ୍ବାଇ ଯାଞ୍ଚ କରିବାକୁ ଯାଇଥିବା ବିହାର ପୋଲିସର ଟିମ୍ ମଧ୍ୟ ଗୁରୁବାର ପାଟନା ପହଞ୍ଚି ସାରିଛି।

Leave a Reply

Your email address will not be published. Required fields are marked *