ରିୟାଙ୍କ ଆବେଦନକୁ ଖାରଜ କଲା ଇଡି; ହାଜର ହେବାକୁ ଅଧିକ ସମୟ ମାଗିଥିଲେ ସୁଶାନ୍ତଙ୍କ ଗର୍ଲଫ୍ରେଣ୍ଡ
ଆଜି ପ୍ରବର୍ତନ ନିର୍ଦ୍ଦେଶାଳୟରେ ହାଜର ହେବା ପାଇଁ ରିୟା କରିଥିବା ଆବେଦନକୁ ଖାରଜ କରିଦେଇଛି । ଆଜି ହାଜରେ ହେବାକୁ ଇଡି ରିୟା ଚକ୍ରବର୍ତିଙ୍କୁ ସମନ ଜାରି କରିଥିଲା । ହେଲେ ରିୟା ଇଡି କାର୍ଯ୍ୟାଳୟରେ ହାଜର ହେବା ପାଇଁ ସେ ଅଧିକ ସମୟ ମାଗିଥିଲେ । ସୁପ୍ରିମକୋର୍ଟରେ ଅବେଦନର ଶୁଣାଣି ହେବା ଯାଏଁ ହାଜର ଆଦେଶ ଟାଳିବାକୁ ସେ ଆବେଦନ କରିଥିଲେ । ତେବେ ଇଡି ରିୟାଙ୍କ ଆବେଦନକୁ ଖାରଜ କରିଦେଇଥିବା ସୂଚନା ମିଳିଛି । ଅର୍ଥ ହେରଫେର ଅଭିଯୋଗରେ ଆଜି ହାଜର ହୋଇ ବୟାନ ରେକର୍ଡ କରିବାକୁ ସମନ ଜାରି କରାଯାଇଥିଲା । ରିୟାଙ୍କ ସଂପତି, ଆୟର ସ୍ରୋତ, ବ୍ୟବସାୟିକ କାରବାର, ଖର୍ଚ୍ଚ ବିବରଣୀ ଉପରେ ଉପରେ ଖୋଳତାଡ କରୁଛି ଇଡି ।ସୁଶାନ୍ତ ସିଂ ରାଜପୁତଙ୍କ ବ୍ୟାଙ୍କ ଆକାଉଂଟରୁ ଏକ ବର୍ଷ ମଧ୍ୟରେ ୧୫କୋଟି ଟଙ୍କାର ଲେଣଦେଣ ନେଇ ସନ୍ଦେହ ଘେରକୁ ଆସିଛନ୍ତି ରିୟା । କାଲି ସୁଶାନ୍ତଙ୍କ ହାଉସ ମ୍ୟାନେଜର ତଥା ରିୟାଙ୍କ ବନ୍ଧୁ ସାମୁଏଲ ମିରାଣ୍ଡାଙ୍କୁ ୯ ଘଂଟା ଜେରା କରିଥିଲା ପ୍ରବର୍ତନ ନିର୍ଦ୍ଦେଶାଳୟ । ବିଶେଷ କରି ସୁଶାନ୍ତ ଓ ରିୟାଙ୍କ ସଂପର୍କ ଓ ଆର୍ଥିକ ଲେଣଦେଣ ଉପରେ ସାମୁଏଲଙ୍କୁ ପଚରା ଉଚରା କରିଥିବା ସୂଚନା ମିଳିଛି । ସେହିପରି ଅଗଷ୍ଟ ୩ରେ ସୁଶାନ୍ତଙ୍କ ଚାର୍ଟାଡ ଆକାଉଂଟ ସନ୍ଦୀପ ଶ୍ରୀଧରଙ୍କୁ ଇଡି ଜେରା କରିଥିଲା । ସୁଶାନ୍ତଙ୍କ ଆର୍ଥିକ କାରବାର ସଂପୃକ୍ତ ୨ଟି କଂପାନୀ ସହ ରିୟା ଚକ୍ରବର୍ତି ଓ ରିୟାଙ୍କ ଭାଇ ଶୌଭିକ ଚକ୍ରବର୍ତିଙ୍କ କଂପାନୀର ଅର୍ଥ ଲେଣଦେଣ ଏବେ ଇଡିର ରାଡାର ରେ ରହିଛି । ଗତକାଲି ସିବିଆଇ ସୁଶାନ୍ତ ମୃତ୍ୟୁ ମାମଲାକୁ ନେଇ ଏଫଆଇଆର ରୁଜୁ କରିସାରିଛି । ରିୟା ଚକ୍ରବର୍ତି ଓ ତା ଭାଇ ସମେତ ୭ ଜଣ ନାମରେ ମାମଲା ରୁଜୁ କରାଯାଇଛି । ବିହାର ପୋଲିସ କରିଥିବା ଏଫଆଇଆର ଆଧାରରେ ସିବିଆଇ ଏହି ଏଫଆଇଆର କରିଛି । ଅପରାଧିକ ଷଡଯନ୍ତ୍ର, ଆତ୍ମହତ୍ୟା ପାଇଁ ଉସୁକେଇବା, ଅପରାଧ ଉଲ୍ଲଙ୍ଘନ, ପ୍ରତାରଣା ଏବଂ ଅପରାଧିକ ଭୟ ଭଳି ଅଭିଯୋଗରେ ଏହି ଏଫଆଇଆର ହୋଇଛି ।