ସୁଶାନ୍ତଙ୍କୁ ମେଡିସିନର ଓଭର ଡୋଜ୍ ଦେଉଥିଲେ ରିୟା, ସୁପ୍ରିମକୋର୍ଟରେ ବିହାର ପୋଲିସର ସତ୍ୟପାଠ

ମୁମ୍ବାଇ:-ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାରେ ଲଗାତାର ଭାବରେ ନୂଆ ଖୁଲାସା ହେବାରେ ଲାଗିଛି। ଏବେ ବିହାର ପୋଲିସ ସୁପ୍ରିମକୋର୍ଟରେ ମାମଲା ରୁଜୁ କରି ସିବିଆଇକୁ ଟ୍ରାନ୍ସଫର କରାଯିବା କାରଣରୁ ସତ୍ୟପାଠ ଦାଖଲ କରିଛି। ଏଥିରେ ବହୁ ଗୁରୁତ୍ବପୂର୍ଣ୍ଣ କଥା ସାମନାକୁ ବସିଛି। କୋର୍ଟରେ ଦାଖଲ ଆଫିଡେଭିଟରେ ବିହାର ପୋଲିସ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ ଓ ତାଙ୍କ ପରିବାର ସଦସ୍ୟ ସୁଶାନ୍ତ ସିଂ ରାଜପୁତଙ୍କ ସମ୍ପର୍କରେ ଆସିବାର ଏକ ମାତ୍ର ଲକ୍ଷ୍ୟ ଥିଲା ଟଙ୍କା ହଡପ କରିବା ବୋଲି କହିଛି।

ବିହାର ପୋଲିସ କହିଛି, ସେମାନେ ସୁଶାନ୍ତଙ୍କୁ ମାସିକ ରୋଗୀ ବୋଲି ଦେଖାଇବାକୁ ଚେଷ୍ଟା କରୁଥିଲେ। ବରିଷ୍ଠ ପୋଲିସ ଅଧୀକ୍ଷକ ଉପେନ୍ଦ୍ର ଶର୍ମାଙ୍କ ଦ୍ବାରା ସୁପ୍ରିମକୋର୍ଟରେ ଦାଖଲ ସତ୍ୟପାଠରେ କୁହାଯାଇଥିଲା ଯେ, ସୁଶାଙ୍କୁ ରିୟା ଚକ୍ରବର୍ତ୍ତୀ ନିଜର ଘରକୁ ନେଇ ଯାଇ ତାଙ୍କୁ ଔଷଧର ଓଭର ଡୋଜ୍ ଦେବା ଆରମ୍ଭ କରିଦେଇଥିଲେ।

ସତ୍ୟପାଠରେ ବିହାର ପୋଲିସର କହିବା ଅନୁସାରେ, ମୁମ୍ବାଇ ପୋଲିସର ଅସହଯୋଗ ପରେ ସେ ଯାଞ୍ଚରେ ଅନେକ ଗୁଡିଏ ସୁରାକ୍ ପାଇଛି। ସୁପ୍ରିମକୋର୍ଟରେ ଦେଇଥିବା ନିଜର ଜବାବରେ ପୋଲିସ କହିଛି ଯେ, ଦେଶର ବହୁ ସ୍ଥାନରେ ଯାଞ୍ଚ କରିବାର ଦରକାର ରହିଛି। ଯଦି ଅନେକ ଗୁଡିଏ ଦିଗରେ ସୁଶାନ୍ତଙ୍କ ରହସ୍ୟମୟ ଆତ୍ମହତ୍ୟା ମାମଲାର ସିବିଆଇ ଯାଞ୍ଚ କରିବ ତେବେ ବହୁ ଗୁରୁତ୍ବପୂର୍ଣ୍ଣ କଥା ଖୁଲାସା ହେବ।

ଆଫିଡେଭିଟରେ ଏହା କୁହାଯାଇଛି ଯେ, ବିହାର ପୋଲିସ ପାଖରେ ଏଫଆଇଆର ରୁଜୁ କରିବାର ଅଧିକାର କ୍ଷେତ୍ର ଥିଲା, କିନ୍ତୁ ତାକୁ କରିବାକୁ ଦିଆଯାଇନଥିଲା। ଏହା ସହିତ ମୁମ୍ବାଇ ପୋଲିସ ବହୁ ସଙ୍ଗୀନ ମାମଲା ରୁଜୁ କରିନାହିଁ। ମାମଲାର ସମ୍ବେଦନଶୀଳତାକୁ ଦେଖି ସିବିଆଇ ଯାଞ୍ଚ କରିବାର ସୁପାରିଶ କରାଯାଇଛି।

Leave a Reply

Your email address will not be published. Required fields are marked *