ଜାମ୍ମୁ କାଶ୍ମୀର ଉପରାଜ୍ୟପାଳ ଗିରୀଶ ଚନ୍ଦ୍ର ମୁର୍ମୁଙ୍କ ଇସ୍ତଫା

ଶ୍ରୀନଗର: -ଜାମ୍ମୁ କାଶ୍ମୀର ଉପରାଜ୍ୟପାଳ ଗିରୀଶ ଚନ୍ଦ୍ର ମୁର୍ମୁ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି । ମିଳିଥିବା ସୂଚନା ଅନୁସାରେ ତାଙ୍କୁ କଂଟ୍ରୋଲର ଅଫ୍ ଅଡ଼ିଟ ଜେନେରାଲ ଭାବରେ ନିଯୁକ୍ତି ଦିଆଯିବ ।

ମିଳିଥିବା ସୂଚନା ଅନୁସାରେ ଆଜି ବିଳମ୍ବିତ ସନ୍ଧ୍ୟାରେ ଶ୍ରୀ ମୁର୍ମୁ ତାଙ୍କର ଇସ୍ତଫା ପତ୍ର ରାଷ୍ଟ୍ରପତିଙ୍କ ନିକଟକୁ ପଠାଇ ଦେଇଛନ୍ତି । ତାଙ୍କୁ ସରକାର ଅଡ଼ିଟ୍ ଜେନେରାଲ ଆଶୀଷ ମହର୍ଷିଙ୍କ ସ୍ଥାନରେ ଅବସ୍ଥାପିତ କରାଯାଇପାରେ । ଦିନେ ଦୁଇଦିନ ମଧ୍ୟରେ ଜାମ୍ମୁକାଶ୍ମୀରରେ ନୂଆ ଉପରାଜ୍ୟପାଳଙ୍କୁ ନିଯୁକ୍ତି ଦିଆଯିବାର ସମ୍ଭାବନା ରହିଛି ।

ଗତବର୍ଷ ଜାମ୍ମୁକାଶ୍ମୀରକୁ ବିଭାଜନ କରାଯାଇ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳ ଗଠନ କରାଯାଇଥିଲା । ପ୍ରଶାସନିକ ସେବାର ଉଚ୍ଚ ଅଧିକାରୀ ଗିରୀଶ ମୁର୍ମୁଙ୍କୁ ଉପ ରାଜ୍ୟପାଳ ଭାବରେ ଅବସ୍ଥାପିତ କରାଯାଇଥିଲା । ଆଜି ଜାମ୍ମୁକାଶ୍ମୀର କେନ୍ଦ୍ରଶାସିତ ଅଞ୍ଚଳ ଗଠନ ହେବାର ଠିକ୍ ବର୍ଷକ ପରେ ଶ୍ରୀ ମୁର୍ମୁ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *