ଭୁବନେଶ୍ବରରେ ପୁଣି ମାତିଲେ ଲୁଟେରା: ଗୋଟିଏ ଦିନରେ ୧ ଲକ୍ଷ ୪୧ ହଜାର ଟଙ୍କା ଲୁଟ୍

ଭୁବନେଶ୍ବର:-କଟକ- ଭୁବନେଶ୍ବରରେ ପୁଣି ମାତିଲ ଲୁଟେରା।  ବରମୁଣ୍ଡା ନିକଟରୁ ଜଣେ ମହିଳାଙ୍କ ଠାରୁ ୯୧ ହଜାର ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ। ମହିଳାଙ୍କ ପାଖରେ ଥିବା ମନିପର୍ସରେ ୯୧ ହଜାର ଟଙ୍କା ଥିବା ଜଣାପଡିଛି।ମହିଳା ଜଣକ ଫାୟାର ଷ୍ଟେସନରୁ ବରମୁଣ୍ଡା ଦେଇ ଘରକୁ ଫେରୁଥିବା ସମୟରେ ଏଭଳି ଅଭାବନୀୟ ଘଟଣା ଘଟିଛି। ଦୁଇ ଲୁଟେରା ବାଇକ୍‌ରେ ଆସି ମହିଳାଙ୍କୁ ଟଙ୍କା ଲୁଟି ନେଇଥିବା ଜଣାପଡିଛି।

ସେହିପରି କଟକ ମଙ୍ଗଳାବାଗ ଅଞ୍ଚଳରୁ ଲୁଟ୍ ଅଭିଯୋଗ । ୫୦ ହଜାର ଟଙ୍କା ଲୁଟିନେଲେ ଦୁର୍ବୃତ୍ତ । ଏ ନେଇ ଥାନାରେ ଅଭିଯୋଗ ହୋଇଛି । ସୂଚନା ଅନୁସାରେ ଜଣେ ଅବସରପ୍ରାପ୍ତ ବୟସ୍କା ମହିଳା ଏସ୍‌ସିବି ମେଡିକାଲ ନିକଟ ଏସବିଆଇ ବ୍ୟାଙ୍କରୁ ଟଙ୍କା ଉଠାଇ କିଛି ଖାଦ୍ୟ ସାମଗ୍ରୀ କିଣୁଥିଲେ ।

ଏହି ସମୟରେ ଦୁଇ ଜଣ ଅଜଣା ଦୁର୍ବୃତ୍ତ ବାଇକ୍ ରେ ଆସି ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି । ଖବର ପାଇ ମଙ୍ଗଳାବାଗ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଖବର ଲେଖାଯିବା ବେଳକୁ ଦୁର୍ବୃତ୍ତମାନଙ୍କର କୌଣସି ପତ୍ତା ମିଳିନଥିଲା ।

Leave a Reply

Your email address will not be published. Required fields are marked *