ମୁମ୍ବାଇରେ ବର୍ଷା ବିତ୍ପାତ, ବଢିଲା ବନ୍ୟା ଆଶଙ୍କା,

ମୁମ୍ବାଇ, :-ବୁଧବାର ମହାରାଷ୍ଟ୍ରର ମୁମ୍ବାଇ, ଠାଣେ ଏବଂ ପାଲଘରରେ ବର୍ଷା ବିତ୍ପାତ୍ତ ରଚିଛି । ମୁମ୍ବାଇର କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଛି । ଏପରିକି ଅନେକ ସ୍ଥାନରେ ପାଣି ମଧ୍ୟ ଭରି ଯାଇଛି ।ରାସ୍ତାଘାଟରେ ମଧ୍ୟ ପାଣି ଲହଡି ଭାଙ୍ଗୁଛି । ସେହିପରି ଭାରତୀୟ ପାଣିପାଗ ବିଜ୍ଞାନ ବିଭାଗ ବିଭିନ୍ନ ଅଞ୍ଚଳ ପାଇଁ ଆଲର୍ଟ ଜାରି କରିଛି ।

ଦେଶର ଆର୍ଥିକ ରାଜଧାନୀର ବିଭିନ୍ନ ରାସ୍ତାରେ ବଡ ବଡ ଗଛ ଭାଙ୍ଗି ପଡିଛି । କେଇଏମ ହସ୍ପିଟାଲ ଆଗରେ ପାଣି ଜମି ରହିଛି । ଏପରିକି ବଡ ବଡ ଗଛ ମଧ୍ୟ ଉପୁଡି ଯାଇଛି । ଫଳରେ ମାୟା ନଗରୀରେ ୨୦୦୫ ଭଳି ବନ୍ୟା ପରିସ୍ଥିତି ସୃଷ୍ଟି ହେବା ନେଇ ଆଶଙ୍କା ରହିଛି । ଏପରିକି ଦକ୍ଷିଣ ମୁମ୍ବାଇର କୋଲାବାରେ ଘଣ୍ଟା ପ୍ରତି ୧୦୭ କିମି ବେଗରେ ପବନ ବୋହୁଛି ।

ବର୍ଷାକୁ ନଜରରେ ରଖି କିଛି ଲୋକାଲ ଟ୍ରେନ ସେବା ବାତିଲ କରାଯାଇଛି  । ମୁମ୍ବାଇ ସେଣ୍ଟ୍ରାଲ ଓ ଚର୍ଚ୍ଚ ଗେଟ ମଧ୍ୟରେ  ଚାଲୁଥିବା ଟ୍ରେନକୁ ଅସ୍ଥାୟୀ ଭାବେ ବନ୍ଦ କରି ଦିଆଯାଇଛି । ଠାଣେ ଓ ପାଲଘରର ଅନେକ ରେଳ ଧାରଣା ଉପରେ ପାଣି ଜମି ରହିଛି । ସେହିପରି ଜେଜେ ହସ୍ପିଟାଲରେ ମଧ୍ୟ ପାଣି ପସିଯାଇଛି । ହସ୍ପିଟାଲର କର୍ମଚାରୀ ପାଣି ବାହାର କରିବାରେ ଲାଗି ପଡିଛନ୍ତି ।

ପାଣିପାଗ ବିଭାଗର କହିବାନୁସାରେ, ବୁଧବାର ସକାଳ ସାଢେ ୫ଟା ମଧ୍ୟରେ ୩୬୪ ମିମିର ବର୍ଷା ହୋଇଛି । ଠାଣେରେ ମଧ୍ୟ ୧୬୯ ମିମି ବର୍ଷା ରେକର୍ଡ ହୋଇଛି ।

Leave a Reply

Your email address will not be published. Required fields are marked *