ଗାଁରେ ପଶିଲା ବାଘ: ୨ ମହିଳାଙ୍କ ସମେତ ୫ଜଣଙ୍କୁ ଘାଇଲା କରି ଛପିଗଲା,

ସୁନ୍ଦରଗଡ:- ସୁନ୍ଦରଗଡ ଜିଲ୍ଲାର ହେମଗିରି ବ୍ଲକ ରପିଆ ଗାଁରେ ମଙ୍ଗଳବାର ସନ୍ଧ୍ୟାରେ ବାଘ ଆକ୍ରମଣରେ ୫ଜଣ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରେ ୨ଜଣ ମହିଳା ରହିଛନ୍ତି । ଆହତଙ୍କୁ ହେମଗିରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି ।

ସୂଚନାନୁସାରେ, ହେମଗିରି ବ୍ଲକର ଦାଘରା ସଂରକ୍ଷିତ ଜଙ୍ଗଲ ଛତିଶଗଡ ସୀମାନ୍ତକୁ ଲାଗି ରହିଛି । ତେବେ ସନ୍ଧ୍ୟାରେ କିଛି ବ୍ୟକ୍ତି ନିଜନିଜ ଘର ବାରଣ୍ଡାରେ ବସିଥିଲେ । ସେହି ସମୟରେ ହଠାତ ଏକ ବାଘ ଆସି ଲୋକଙ୍କୁ ଆକ୍ରମଣ କରିଥିଲା ।ବାଘର ଆକ୍ରମଣରେ ଗ୍ରାମର ନଳୀନି ବିଶ୍ୱାଳ, ପରମେଶ୍ୱର ଭୋଇ, ନୀରଞ୍ଜନ ଭୋଇ, କେଶବ ମାକର ଓ ପଦ୍ମାବତୀ ବିଶ୍ୱାଳ ଆହତ ହୋଇଛନ୍ତି । ଖବର ପାଇ ବନ ବିଭାଗର ଅଧିକାରୀ ଗ୍ରାମରେ ପହଁଚି ଲୋକଙ୍କୁ କଲରାପତରିଆ ଓ ମହାବଳ ବାଘର ଫଟୋ ଦେଖାଇଥିଲେ ।ତେବେ ବାଘଗ୍ରାମକୁ ଆସିବା ପରେ ଗ୍ରାମବାସୀ ଆତଙ୍କିତ ଅବସ୍ଥାରେ ଅଛନ୍ତି l

Leave a Reply

Your email address will not be published. Required fields are marked *