ମାତ୍ର ୫୦ ଟଙ୍କା ଲାଞ୍ଚ ପାଇଁ ଖାକି ବାବୁ ସସ୍‌ପେଣ୍ଡ୍

କଟକ:- ପୁୁଣି ଖାକିରେ ଲାଗିଲା କଳଙ୍କ। 50 ଟଙ୍କା ଲାଞ୍ଚ ନେଇ ନିିିଲମ୍ବି ହୋଇଛନ୍ତି ପୋଲିସ ବାବୁ । ଲାଲବାଗ ଥାନା ଏ.ଏସ.ଆଇ ବେଣୁଧର ଦାସଙ୍କୁ ସସ୍‌ପେଣ୍ଡ କରିଛନ୍ତି କଟକ ଡିସିପି ପ୍ରତୀକ ସିଂହ। ଗତ ୨୯ ତାରିଖ ତାଙ୍କ ନାମରେ ଲାଞ୍ଚ ନେେବାର ଅଭିଯୋଗ ଆସିଥିଲା। ଏହି ଅଭିଯୋଗ ଆଧାରରେ 5 ଦିନ ପରେ ଡ଼ିସିପି କାର୍ଯ୍ୟାନୁଷ୍ଠାନ ନେଇଛନ୍ତ।

ସୂଚନା ଅନୁଯାୟୀ, ଗତ ୨୯ ତାରିଖ ଦିନ ହେଲମେଟ ଚେକିଂ  ନାମରେ ଏଏସଆଇ ବେଣୁଧର ଦାସ ଜଣେ ବ୍ୟକ୍ତିଙ୍କୁ ୫୦ ଟଙ୍କା ଲାଞ୍ଚ ନେଇଥିଲେ। ହାଇକୋର୍ଟ ନିକଟରେ ହେଲମେଟ୍ ଚେକିଂ ଡ୍ୟୁଟିରେ ଥିବା ବେଳେ ଏଏସ୍‌ଆଇ ବେଣୁଧର ଏପରି ବେନିୟମ କାମ କରିଥିଲେ। ତେବେ ଏହି ଖବର ନ୍ୟୁଜ ସେଭେନରେ ପ୍ରସାରଣ ହୋଇଥିଲା। ଏହି ରିପୋର୍ଟ ଭିତ୍ତିରେ ଡିସିପି ଆକ୍ସନ ନେଇଥିବା ସୂଚନା ମିଳିଛି।

ମାତ୍ର ୫୦ ଟଙ୍କା ପାଇଁ ଏଏସ୍‌ଆଇ ବେଣୁଧର ଦାସଙ୍କୁ ନିଲମ୍ବନ ହେବାକୁ ପଡିବା ଘଟଣା କେବଳ ସାଧାରଣରେ ନୁହେଁ, କର୍ମଚାରୀ ମହଲରେ ବି ଚର୍ଚ୍ଚାର ବିଷୟ ହୋଇଛି। ଅପରାଧରେ ଛୋଟ ବଡ ନାହିଁ। ଆଇନ୍‌ର ରକ୍ଷକ ଯଦି ଆଇନ୍‌କୁ ଅବମାନନା କରିବେ, ତେବେ ଦଣ୍ଡ ହିଁ ଭୋଗିବେ। ବେଣୁଧରଙ୍କ ନିଲମ୍ବନ ଘଟଣା ଏହାର ସଦ୍ୟ ଉଦାହରଣ।

Leave a Reply

Your email address will not be published. Required fields are marked *