ରାମ ମନ୍ଦିର ଭୂମି ପୂଜନର ବିଶେଷ ଅତିଥୀ ମହମ୍ମଦ ଶରୀଫ, ୨୫ ହଜାର ଅପରିଚିତ ଶବ ସତ୍କାର ଭଳି ମହତ କାମ କରିଛନ୍ତି ସେ

ଅଯୋଧ୍ୟା:- ଅଯୋଧ୍ୟାରେ ବୁଧବାର ଶ୍ରୀରାମ ମନ୍ଦିର ପାଇଁ ଭୂମି ପୂଜନ ଉତ୍ସବ ଅନୁଷ୍ଠିତ ହେବ । ଏହି କାର୍ଯ୍ୟକ୍ରମକୁ କିଛି ସ୍ୱତନ୍ତ୍ର ଅତିଥୀଙ୍କୁ ନିମନ୍ତ୍ରଣ କରାଯାଇଛି । ଏହି ଅତିଥୀଙ୍କ ମଧ୍ୟରେ ମହମ୍ମଦ ଶରୀଫ ନାମକ ଜଣେ ବ୍ୟକ୍ତି ରହିଛନ୍ତି । ଶରୀଫଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ମଧ୍ୟ କରାଯାଇଛି ।

ଶରୀଫ ହେଉଛନ୍ତି ସେହି ବ୍ୟକ୍ତି ଯିଏ ଏବେସୁଦ୍ଧା ପ୍ରାୟ ୨୫ ହଜାରରୁ ଅଧିକ ଅଚିହ୍ନା ମୃତଦେହକୁ ସତ୍କାର କରିସାରିଛନ୍ତି । ସେ ସମ୍ପୂର୍ଣ୍ଣ ରୀତିନୀତିରେ ଅଚିହ୍ନା ମୃତଦେହକୁ ସତ୍କାର କରିଥାନ୍ତି ।

ଏବେ ଶରୀଫଙ୍କୁ ୮୦ ବର୍ଷ ହେଲାଣି । ତାଙ୍କର ୪ ପୁତ୍ରଙ୍କ ମଧ୍ୟରୁ ୨ଜଣ ପ୍ରାଣ ମଧ୍ୟ ହରାଇ ସାରିଛନ୍ତି । ୨ ପୁତ୍ରଙ୍କ ମଧ୍ୟରୁ ଜଣଙ୍କ ନାଁ ହେଉଥି ରଇସ୍ । ରଇସ୍ କୌଣସି କାମରେ ୨୮ବର୍ଷ ପୂର୍ବରୁ ସୁଲତାନପୁର ଯାଇଥିଲେ । ସେଠାରୁ ସେ ନିଖୋଜ ହୋଇଯାଇଥିଲେ । ସେହି ସମୟରେ ଅଯୋଧ୍ୟାରେ ବିବାଦୀୟ ବାବ୍ରି ଢାଞ୍ଚାକୁ ଭାଙ୍ଗି ଦିଆଯାଇଥିଲା ।  ଏହାପରେ ଦେଖାଦେଇଥିବା ସାମ୍ପ୍ରଦାୟିକ ଦଙ୍ଗାର ସେ ଶିକାର ହୋଇଥିବା କୁହାଯାଏ ।

ଏହି ଘଟଣା ପରେ ଶରୀଫଙ୍କ ଜୀବନର ମୋଡ ବଦଳିଯାଇଥିଲା । ସେ ଜିଲ୍ଲାରେ ସମସ୍ତ ଅଚିହ୍ନା ମୃତଦେହର ସତ୍କାର ଦାୟିତ୍ୱ ନେଇଥିଲେ । ଅଭାବ ଅନଟନରେ ଗତି କରୁଥିଲେ ମଧ୍ୟ ସେ ଏହି ମହାନ କାର୍ଯ୍ୟ ଜାରି ରଖିଥିଲେ । ପରେ ଲୋକମାନେ ଏହି କାମ ପାଇଁ ତାଙ୍କୁ କିଛି ମାତ୍ରାରେ ଆର୍ଥିକ ସାହାଯ୍ୟ କରିଥିଲେ ।

ମହମ୍ମଦ ଶରୀଫ କହିଛନ୍ତି ଯେ, ସେ ହିନ୍ଦୁ ଓ ମୁସଲିମଙ୍କ ମଧ୍ୟରେ ବିଭେଦ ଦେଖନ୍ତି ନାହିଁ । ତେଣୁ ରାମ ମନ୍ଦିରର ଭୂମି ପୂଜନ ଉତ୍ସବରେ ସାମିଲ ହେବାରେ କୌଣସି ଅସୁବିଧା ନାହିଁ । ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କ ଭଳି ଜଣେ ବ୍ୟକ୍ତିଙ୍କୁ ପଦ୍ମଶ୍ରୀରେ ସମ୍ମାନିତ କରିଥିଲେ, ଯାହା ବହୁତ ବଡ ସମ୍ମାନ ।

Leave a Reply

Your email address will not be published. Required fields are marked *