କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କରୋନା ଆକ୍ରାନ୍ତ

ଭୁବନେଶ୍ୱର,:-କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କରୋନା ଭାଇରସ ସଂକ୍ରମଣରେ ଆକ୍ରାନ୍ତ ହୋଇଛନ୍ତି । ସେ ନିଯେ ଏ ସମ୍ପର୍କରେ ଟୁଇଟର ପେଜ୍ ରେ ସୂଚନା ଦେଇଛନ୍ତି । ସେ ଲେଖିଛନ୍ତି କୋଭିଡ଼ ୧୯ ଲକ୍ଷଣ ଦେଖାଦେବା କାରଣରୁ ମୁଁ ପରୀକ୍ଷା କରିଥିଲି । ରିପୋର୍ଟ ପଜିଟିଭ ଆସିଛି ।

ଡ଼ାକ୍ତରଙ୍କ ପରାମର୍ଶ କ୍ରମେ ମୁଁ ହସପିଟାଲ ରେ ଭର୍ତି ହୋଇଛି ଏବଂ ସୁସ୍ଥ ଅଛି । ଶ୍ରୀ ପ୍ରଧାନ ମେଦାନ୍ତ ହସପିଟାଲ ରେ ଭର୍ତି ହୋଇଛନ୍ତି । ଏହି ଖବର ଶୁଣିବାପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଧର୍ମେନ୍ଦ୍ର ପ୍ରଧାନ ଙ୍କ ସହିତ ଟେଲିଫୋନ ରେ କଥା ହୋଇ ଆଶୁ ଆରୋଗ୍ୟ କାମନା କରିଛନ୍ତି। ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *