ପ୍ରକାଶ ପାଇଲା UPSC ସିଭିଲ୍ ସର୍ଭିସ୍ ରେଜଲ୍ଟ : ବାଜି ମାରିଲେ ଓଡ଼ିଆ ପୁଅ ଝିଅ

ପ୍ରକାଶ ପାଇଲା UPSC ସିଭିଲ୍ ସର୍ଭିସ ପରୀକ୍ଷା ଫଳ। ପ୍ରଦୀପ ସିଂହ ହେଲେ ଆଇଏଏସ୍‌ ଟପ୍ପର। ଯତୀନ କିଶୋର ଦ୍ବିତୀୟ ସ୍ଥାନରେ ରହିଥିବାବେଳେ ଓ ପ୍ରତିଭା ବର୍ମାଙ୍କୁ ତୃତୀୟ ସ୍ଥାନରେ ରହିଛନ୍ତି। ସେହିପରି ଅଷ୍ଟମ ସ୍ଥାନରେ ଓଡ଼ିଶାର ଅଭିଷେକ ସରାଫ ଏବଂ ଦଶମ ସ୍ଥାନରେ ସଞ୍ଜିତା ମହାପାତ୍ର ରହିଛନ୍ତି।

ଚଳିତ ବର୍ଷ ମୋଟ ୮୨୯ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଥିବାବେଳେ ବାଜି ମାରି ନେଇଛନ୍ତି ବହୁ ଓଡ଼ିଆ ପୁଅ ଝିଅ। ସଞ୍ଜିତା ମହାପାତ୍ର ମିଳିଛି ଦଶମ ରାଙ୍କ। ସଞ୍ଜିତାଙ୍କ ଘର ରାଜଗାଙ୍ଗପୁରରେ। ସେ ରାଉରକେଲା SAILରେ କାର୍ଯ୍ୟ କରୁଥିଲେ ।UPSC ସିଭିଲ ସର୍ଭିସ ପରୀକ୍ଷା ପାଇଁ ସାକ୍ଷାତକାର ୨୦ ଜୁଲାଇରୁ ଆରମ୍ଭ ହୋଇଥିଲା । ଏହାର ଫଳାଫଳ ମଙ୍ଗଳବାର ସକାଳେ ପ୍ରକାଶ ପାଇଛି। ପ୍ରାର୍ଥୀମାନେ ସେମାନଙ୍କର UPSC ସିଭିଲ ସର୍ଭିସର ଫଳାଫଳକୁ UPSC ର ଅଫିସିଆଲ୍ ୱେବସାଇଟରୁ ସେମାନଙ୍କର ରୋଲ୍ ନମ୍ବର ଅନୁଯାୟୀ ଯାଞ୍ଚ କରିପାରିବେ । ତେବେ କରୋନା ଭାଇରସ ସଂକ୍ରମଣ ହେତୁ ଲକଡାଉନ୍ ଯୋଗୁଁଏହି ସାକ୍ଷାତକାରଗୁଡ଼ିକ ପୂର୍ବରୁ ସ୍ଥଗିତ ରଖାଯାଇଥିଲା ।

Leave a Reply

Your email address will not be published. Required fields are marked *