ମୁରବି ବିହିନ ରାଜଧାନୀରରେ ତିନି ଥାନା

ଭୁବନେଶ୍ୱର,:-ରାଜଧାନୀର ୩ଟି ଥାନାରେ ମୁରବି ଅର୍ଥାତ୍‌ ଥାନା ଅଧିକାରୀ ନାହାନ୍ତି । ସେଠାରେଏସ୍‌ଆଇମାନେ କାର୍ଯ୍ୟଭାର ସମ୍ଭାଳୁଛନ୍ତି । ଯେଉଁଠି ୫୦ ପୁଲିସ୍‌ କର୍ମଚାରୀ ରହିବା କଥା ସେଠି ଏବେ ୨୫ କାର୍ଯ୍ୟ କରୁଛନ୍ତି । ଫଳରେ ଏପଟେ ଅପରାଧୀମାନେ ଯାହା କଲେଣି ଲୋକେ ଘରୁ ଗୋଡ଼ କାଢ଼ିବାକୁ ଡରିଲେଣି । ନନ୍ଦନକାନନ, ତମାଣ୍ଡୋ ଓ ଧଉଳି ଥାନାରେ ଇନ୍ସପେକ୍ଟର ନାହାନ୍ତି । ସେପଟେ ବଡ଼ଗଡ଼ ଓ ଏୟାରଫିଲ୍ଡ ଥାନା ଇନ୍ସପେକ୍ଟରଙ୍କ ବଦଳି ହୋଇଛି । କରୋନା ବାହାନା ଦେଖାଇ ଏମାନେ ଥାନା ଛାଡିବାକୁ ନାରାଜ । ଡିଜିପି ନିର୍ଦ୍ଦେଶ ଦେଇଛନ୍ତି ତୁରନ୍ତ ରିଲିଭ୍‌ ହୁଅ । ହେଲେ ଏହି ନିର୍ଦ୍ଦେଶକୁ ମାନୁ ନାହାନ୍ତି ଅଫିସ୍‌ରମାନେ ।

ଅନ୍ୟ ପକ୍ଷରେ କମିଶନରେଟ୍‌ ପୁଲିସ୍‌ ମୁଖ୍ୟାଳୟରେ ବସିଛନ୍ତି ଶରତ ସାହୁ, ଭରତ ସାହୁ ଭଳି ୫ରୁ ଅଧିକ ଅଫିସ୍‌ର। ସରକାରଙ୍କ ତହବିଲ୍‌ରୁ ଲକ୍ଷ ଲକ୍ଷ ଟଙ୍କା ଦରମା ନେଇ ଏମାନେ ବସି ରହିଛନ୍ତି । ସେପଟେ ଥାନା ଫାଙ୍କା ପଡିଛି । ଏହି ସବୁ ଥାନା ଅଞ୍ଚଳରେ ଅପରାଧୀମାନେ ଆତଙ୍କ ସୃଷ୍ଟି କଲେଣି । ତୁରନ୍ତ ଏ ସବୁ ଥାନାରେ ଯଦି ଇନ୍ସପେକ୍ଟରଙ୍କୁ ପୋଷ୍ଟିଂ ଦିଆନଯାଏ ତେବେ ପରିସ୍ଥିତି ଆହୁରି ସାଂଘାତିକ ହେବ । ଧଉଳି ଥାନାରୁ ବଦଳି ହୋଇ ଆସିଥିବା ଜୟଦେବ ବିଶ୍ୱଜିତ ଏବେ ଜିଆରପି ଥାନା ଦାୟିତ୍ୱ ନେଇଛନ୍ତି ।

Leave a Reply

Your email address will not be published. Required fields are marked *