ପାଣି ବଦଳରେ ଯୁବକଙ୍କୁ ପରିସ୍ରା ପିଆଇବା ଘଟଣା : ତଦନ୍ତ ନିର୍ଦ୍ଦେଶ ଦେଲେ ଭଦ୍ରକ ଜିଲ୍ଲାପାଳ

ଭଦ୍ରକ:-ପାଣି ବଦଳରେ ଯୁବକଙ୍କୁ ପରିସ୍ରା ପିଆଇବା ଘଟଣାରେ ତଦନ୍ତ ନିର୍ଦେଶ । ଭଦ୍ରକ ତିହିଡିରେ ଘଟିଥିବା ଘଟଣାର ତଦନ୍ତ କରିବା ପାଇଁ ନିର୍ଦେଶ ଦେଲେ ଜିଲ୍ଲାପାଳ ଜ୍ଞାନ ରଂଜନ ଦାସ । ତିହିଡି ତହସିଲଦାର ଓ ଆଇଆଇ ଘଟଣାର ତଦନ୍ତ କରି ରିପୋର୍ଟ ଦେବା ପାଇଁ କୁହାଯାଇଛି । ତେବେ ଅଭିଯୋଗ ଅନୁସାରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ତିହିଡ଼ି ଥାନା ଅନ୍ତର୍ଗତ ବାଉଁଶବାଗ ଗାଁ ମହାଲିକ ସାହିରେ ମାନବିକତାର ସବୁ ସୀମା ଟପିଗଲେ କିଛି ବ୍ୟକ୍ତି । ଯୁବକଂକୁ ଲଣ୍ଡା କରି ତାଙ୍କ ବେକରେ ଜୋତାମାଳ ପିନ୍ଧାଇ, ପରିତ୍ସା ପିଆଇ, ଚୁନକାଳି ବୋଳି ଗାଁ ଦାଣ୍ଡର ବୁଲାଇ ଥିଲେ । ପୂର୍ବ ଶତ୍ରୃତାକୁ କେନ୍ଦ୍ର କରି ଜଣେ ଯୁବକଙ୍କୁ ଘରୁ ଟାଣି ଆଣି କେତେକ ଲୋକେ ନିସ୍ତୁକ ମାଡ ମାରିଥିଲେ । ଆଉ ଏହି ସମୟରେ ଯୁବକ ଜଣକ ପାଣି ମାଗିବାରୁ ଉତ୍ୟକ୍ତ ଲୋକେ ତାଙ୍କୁ ପରିତ୍ସା ପିଆଇଥିଲେ ।ସେତିକିରେ କଥା ସରିନଥିଲା, ଗାଁ ମୁଣ୍ଡରେ ଯୁବକକୁ ଲଣ୍ଡା କରି ଜୋତାମାଳ ପିନ୍ଧାଇ, ତାଙ୍କ ମୁହଁରେ ଚୁନ ବୋଳି ଗାଁ ଦାଣ୍ଡରେ ଚଳାଇ ଚଳାଇ ନେବା ଘଟଣା ସାରା ଅଂଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ଆଉ ଯୁବକଙ୍କ ପତ୍ନୀ ଏ ଘଟଣାକୁ ବିରୋଧ କରିବାରୁ ତାଙ୍କୁ ମଧ୍ୟ ମାଡ଼ ମରାଯାଇଥିବା ନେଇ ତିହିଡି ଥାନାରେ ଅଭିଯୋଗ ହୋଇଛି ।

Leave a Reply

Your email address will not be published. Required fields are marked *