ବଢ଼ୁଛି ସୁଶାନ୍ତ ସିଂହଙ୍କ ମୃତ୍ୟୁ ରହସ୍ୟ : ସିବିଆଇକୁ ମାମଲା ହସ୍ତାନ୍ତର ନେଇ ଆଜି ଶୁଣାଣି

ମୁମ୍ବାଇ:-ଦିନ ଗଡିବା ସହ ଅତ୍ୟଧିକ ଜଟିଳ ହୋଇଚାଲିଛି ଅଭିନେତା ସୁଶାନ୍ତ ସିଂହଙ୍କ ଆତ୍ମହତ୍ୟା ମାମଲା । ଘଟଣାରେ ପ୍ରତିଦିନ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି । ତେବେ ଏହି ଘଟଣାରେ ଆଜି ଆଉ ଏକ ଗୁରୁତ୍ୱପୂର୍ଣ୍ଣ ଦିନ ।  ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ଆଜି ମୁମ୍ବାଇ ହାଇକୋର୍ଟରେ ଗୁରୁତ୍ବପୂର୍ଣ୍ଣ ଶୁଣାଣି । ସୁଶାନ୍ତଙ୍କ ଆତ୍ମହତ୍ୟା ମାମଲା ସିବିଆଇକୁ ହସ୍ତାନ୍ତର କରିବା ନେଇ ଏକ ଜନସ୍ବାର୍ଥ ମାମଲା କରାଯାଇଛି । ଯାହା ଉପରେ ଆଜି ଶୁଣାଣି ହେବ ।

ତେବେ ମାମଲାର ଶୁଣାଣି କରିବା ପାଇଁ ଗଠିତ ବେଞ୍ଚର ମୁଖ୍ୟ ଅଛନ୍ତି ବମ୍ବେ ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍‌ ଦିପାଙ୍କର ଦତ୍ତ । ଯିଏକି ଏହି ମାମଲାର ଶୁଣାଣି କରିବେ । ମାମଲାଟି ସିବିଆଇକୁ ହସ୍ତାନ୍ତର ହେବ କି ନାହିଁ । ସେନେଇ ଆଜି ଶୁଣାଣି କରିବେ କୋର୍ଟ । ସେପଟେ ସୁଶାନ୍ତ ସିଂ ରାଜପୁତଙ୍କ ମାମଲା ନେଇ ମୁମ୍ବାଇ ଏବଂ ବିହାର ପୋଲିସ ମୁହାଁମୁହିଁ ହୋଇଛନ୍ତି । ମାମଲାର ତଦନ୍ତ କରିବାକୁ ଯାଇଥିବା ବିହାର ପୋଲିସକୁ ସହଯୋଗ ମିଳୁନଥିବା ବାରମ୍ବାର ଅଭିଯୋଗ ହେଉଛି। ଯେଉଁଥିରେ ଏବେ ମୁମ୍ବାଇ ପୋଲିସକୁ ସନ୍ଦେହ ଘେରରେ ଦେଖୁଛନ୍ତି ଅନେକ ରାଜନେତା।

ସେହିପରି ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ପଛରେ କିଛି ବଡ଼ ରାଜନେତାଙ୍କର ହାତ ରହିଛି ଏବଂ ତାଙ୍କୁ ମୁମ୍ବାଇ ପୋଲିସ ଘଣ୍ଟ ଘୋଡ଼ାଉଛି ବୋଲି ଚର୍ଚ୍ଚା ହେଲାଣି। ଯାହାକୁ ନେଇ ମହାରାଷ୍ଟ୍ର ସରକାର ଓ ମୁମ୍ବାଇ ପୋଲିସ ଏବେ ଚାପରେ ଆସିଯାଇଛନ୍ତି। ବିହାରର ପୋଲିଜ ଡିଜି ଏହା ମଧ୍ୟ କହିଛନ୍ତି ଯେ, ସୁଶାନ୍ତଙ୍କ ଆକାଉଣ୍ଟରୁ ୫୦କୋଟିରୁ ଅଧିକ ଟଙ୍କା ଉଠାଣ କରାଯାଇଛି । କିନ୍ତୁ ମୁମ୍ବାଇ ପୋଲିସ ଏ ସମ୍ପର୍କରେ ଚୁପ୍‌ କାହିଁ ବସିଛି ।

ସୁଶାନ୍ତ ସିଂହ ରାଜପୁତ ଜୁନ୍ ଆତ୍ମହତ୍ୟା ପରେ ପାଟନାରେ ତାଙ୍କ ପରିବାରଙ୍କ ପକ୍ଷରୁ ରିୟା ଚକ୍ରବର୍ତ୍ତୀଙ୍କ ନାଁରେ ଏତଲା ରୁଜୁ କରିଛନ୍ତି ।

Leave a Reply

Your email address will not be published. Required fields are marked *