ପକ୍ଷୀଙ୍କ ପ୍ରେମରେ ଯୁବଗୋଷ୍ଠୀ, ପକ୍ଷୀଙ୍କୁ ଗାଁମୁହାଁ କରିବାକୁ ୨୫ଟି ଗାଁରେ ତିଆରି କଲେଣି ୧ ହଜାରରୁ ଅଧିକ ବସା

ପାଟଣା :– ପକ୍ଷୀଙ୍କ ପ୍ରେମରେ ଯୁବଗୋଷ୍ଠୀ । ପକ୍ଷୀଙ୍କୁ ଗାଁମୁହାଁ କରିବାକୁ ୨୫ଟି ଗାଁରେ ତିଆରି କଲେଣି ୧ ହଜାରରୁ ଅଧିକ ବସା । କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକର ଜଡିଚାତର ଗାଁର ଯୁବକମାନେ ଏମିତି ଏକ ଭିନ୍ନ ପ୍ରୟାସ ଆରମ୍ଭ କରିଛନ୍ତି । ବିଭିନ୍ନ ସ୍ଥାନରୁ କୁଟା, କାଠି, ଘାସ, ପତ୍ର ସଂଗ୍ରହ କରୁଛନ୍ତି । ଏସବୁକୁ ଏକାଠି କରି ସେମାନେ ପକ୍ଷୀମାନଙ୍କ ପାଇଁ ବସା ତିଆରି କରୁଛନ୍ତି । ଏହି ଚଢେଇ ବସାକୁ ଗାଁ ପାଖ ବିଭିନ୍ନ ଗଛଡାଳରେ ସେମାନେ ସୁରକ୍ଷିତ ଭାବେ ସ୍ଥାପନ କରୁଛନ୍ତି  । ପକ୍ଷୀମାନେ ସେଠାରେ ବାସ କରୁଥିବା ମଧ୍ୟ ଲକ୍ଷ୍ୟ କରାଯାଉଛି । ଯାହାକୁ ନେଇ ଉତ୍ସାହତି ହୋଇ ପଡିଛନ୍ତି ଯୁବଗୋଷ୍ଠୀ  ।

ପ୍ରଥମେ ସ୍ବେଚ୍ଛାସେବୀ ସଂଗଠନ ପିକକ୍ ପରିବେଶ ସନ୍ତୁଳନ ଉପରେ କାମ ଆରମ୍ଭ କରିଥିଲା । ୨୦୧୭ରେ ଆରମ୍ଭ ହୋଇଥିଲା ବିଲୁପ୍ତପ୍ରାୟ ପକ୍ଷୀଙ୍କ ବଂଶବୃଦ୍ଧି ଦିଗରେ ସ୍ବତନ୍ତ୍ର କାର୍ଯ୍ୟକ୍ରମ । ଲକ୍ ଡାଉନ୍ ସମୟରେ କୃତ୍ରିମ ଚଢେଇ ବସା ତିଆରି ପାଇଁ ପାଟଣା ବ୍ଲକର ୨୫ଟି ଗାଁରେ ଯୁବକମାନଙ୍କୁ ଏହି ସଂସ୍ଥା ସ୍ବତନ୍ତ୍ର ପ୍ରଶିକ୍ଷଣ ଦିଆଯାଇଛି । ଏଥିରେ ଅନୁପ୍ରାଣିତ ହୋଇ ଯୁବକମାନେ ଏକ ହଜାର କୃତ୍ରିମ ଚଢେଇ ବସା ତିଆରି କରି ବିଭିନ୍ନ ଗଛରେ ଲଗାଇଛନ୍ତି ।

ଯୁବକମାନେ ବାଡି, ବଗିଚା,ଗଛ ଆଦିରେ ରଖି ପକ୍ଷୀମାନଙ୍କୁ ଆକୃଷ୍ଟ କରୁଛନ୍ତି । ଆଉ ଏବେ ଶତାଧିକ ଚଢେଇ ବସାରେ ପକ୍ଷୀମାନେ ବସବାସ କରିବା ଅଞ୍ଚଳବାସୀଙ୍କୁ ବେସ  ଉତ୍ସାହିତ କରିଛି । ଯୁବ ଗୋଷ୍ଠୀ ଙ୍କ ଏପରି ପ୍ରୟାସ ଯୋଗୁ ଗାଁ ଗାଁରେ ପୁଣି ଶୁଭୁଛି ପକ୍ଷୀଙ୍କ କିଚିରି ମିଚିର ଶବ୍ଦ।

Leave a Reply

Your email address will not be published. Required fields are marked *