କଟକ ସହରରୁ ଆଉ ୮୭ କରୋନା ପଜିଟିଭ୍ ଚିହ୍ନଟ, ସ୍ଥାନୀୟ ସଂକ୍ରମିତ ୮

କଟକ:-କଟକ ସହରରୁ ସୋମବାର ୮୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାମଧ୍ୟରେ ୭୯ଟି କ୍ୱାରେଣ୍ଟାଇନ୍ କେସ୍ ଥିବା ବେଳେ ୮ଜଣ ହେଉଛନ୍ତି ସ୍ଥାନୀୟ ସଂକ୍ରମିତ ।

କ୍ୱାରେଣ୍ଟାଇନରେ ଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ ସରକାରୀ କ୍ୱାରେଣ୍ଟାଇନରେ ଥିବା ବେଳେ ୨ ଜଣେ ପେଡ୍ ଓ  ୭୬ଜଣ ହୋମ୍ କ୍ୱାରେଣ୍ଟାଇନରେ ରହିଥିଲେ ।

ସେହିପରି ସ୍ଥାନୀୟ ସଂକ୍ରମିତମାନେ ହେଲେ କାଳୀ ଗଳିର ୭୨ ବର୍ଷର ବୃଦ୍ଧ, ନୟାସଡକର ୨୧ ବର୍ଷୀୟ ଯୁବତ, ଶାନ୍ତ ସାହିର ୩୫ ବର୍ଷୀୟ ଯୁବକ,ଚାଉଳିଆଗଞ୍ଚର ୩୫ ବର୍ଷୀୟା ଯୁବତୀ, ମହାନଦୀବିହାରର ୩୫ ବର୍ଷୀୟା ଯୁବତୀ, ତେଲେଙ୍ଗା ବଜାରର  ୫୩ ବର୍ଷୀୟା ମହିଳା ଦେଓ୍ୱାନ ବଜାରର ୨୦ ବର୍ଷୀୟା ଯୁବତୀ ଓ ବାଜାମବାଡିର ୫୬ ବର୍ଷୀୟା ମହିଳା ।

ନୂଆ ଆକ୍ରାନ୍ତଙ୍କ ପରେ କଟକରେ ମୋଟ୍ ପଜିଟିଭ୍ ସଂଖ୍ୟା ୧୦୯୧ରେ ପହଁଚିଛି । ଏହାମଧ୍ୟରୁ ୫୮୦ଜଣ ଆରୋଗ୍ୟ ଲାଭ କରିଥିବା ବେଳେ ୧୦ଜଣ ପ୍ରାଣ ହରାଇଛନ୍ତି । ଆହୁରି ମଧ୍ୟ ୫୦୧ଟି ସକ୍ରିୟ କେସ୍ ରହିଛି ।

Leave a Reply

Your email address will not be published. Required fields are marked *