କାଲିଠୁ ପୁଣି ଚାଲିବ ‘ମୋ ବସ୍’, ୮ଟି ରୁଟ୍‌ରେ କରିବ ଚଳାଚଳ

ଭୁବନେଶ୍ବର:– କାଲିଠୁ ପୁଣି ଚଳାଚଳ କରିବ ନନ୍ ଏସି  ‘ମୋ ବସ୍’ । ସକାଳ ୭ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଚଳାଚଳ କରିବ । ୮ଟି ରୁଟ୍ ରେ ଏହି ବସ୍ ଚଳାଚଳ କରିବାକୁ ଅମୁମତି ମିଳିଛି । ଏହି ୮ଟି ରୁଟ୍ ହେଉଛି ୧୧, ୧୬, ୧୮, ୨୦, ୨୩, ୨୫, ୨୭ ଏବଂ ୩୩ ।

ଶନିବାର ଏବଂ ରବିବାର ଦିନ ବସ୍ ଚାଲିବନି । ଶନିବାର ରବିବାର ସପ୍ତାହିକ ସଟ୍ ଡାଉନ୍ ଥିବାରୁ ବସ୍ ଚଳାଚଳ କରିବନି । ଏ ନେଇ ‘ମୋ ବସ୍’ ପରିଚାଳନା ସଂସ୍ଥା ସିଆରୟୁଟି ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।

ସୂଚନାଯୋଗ୍ୟ ଯେ, ରାଜ୍ୟରେ କରୋନା ସଂକ୍ରମଣ ସଂଖ୍ୟା ବଢିବାରେ ଲାଗିଛି । ଏହାସହ ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢି ବଢି ଚାଲିଛି । ତେଣୁ ଏହାକୁ ଦୃଷ୍ଟିରେ ରଖି ରାଜ୍ୟରେ ସଟ୍ ଡାଉନ୍ ଲାଗୁ କରାଯାଇଥିଲା । ଯାହା ଫଳରେ ‘ମୋ ବସ୍’ ସେବା ବନ୍ଦ ରଖାଯାଇଥିଲା ।

Leave a Reply

Your email address will not be published. Required fields are marked *