ରାଜଧାନୀରୁ ଆଉ ୮୯ କରୋନା ପଜିଟିଭ୍ ଚିହ୍ନଟ, ସ୍ଥାନୀୟ ସଂକ୍ରମିତ ୨୪

ଭୁବନେଶ୍ୱର,:-ଗତ ୨୪ ଘଣ୍ଟାରେ ରାଜଧାନୀ ଭୁବନେଶ୍ୱରରୁ ଆଉ ୮୯ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୩୦୬୮ରେ ପହଁଚିଛି ।

ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ୬୫ଟି କ୍ୱାରେଣ୍ଟାଇନ କେସ୍ ଥିବା ବେଳେ ୨୪ଜଣ ହେଉଛନ୍ତି ସ୍ଥାନୀୟ ସଂକ୍ରମିତ ।

ଏବେସୁଦ୍ଧା ରାଜଧାନୀରେ ମୋଟ୍ ୩୦୬୮ଜଣ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ୧୭୯୮ଜଣ ଆରୋଗ୍ୟ ଲାଭ କରିଛନ୍ତି । ସେହିପରି ୧୮ଜଣ ପ୍ରାଣ ହରାଇଥିବା ବେଳେ ୧୨୫୦ଟି ସକ୍ରିୟ କେସ୍ ରହିଛି ।

Leave a Reply

Your email address will not be published. Required fields are marked *