ରାକ୍ଷୀ ପୂର୍ଣ୍ଣିମାରେ ଲିଭିଗଲା ଭାଇ ଭଉଣୀଙ୍କ ଜୀବନ ଦୀପ

ସୋର :–ରାକ୍ଷୀ ପୂର୍ଣ୍ଣିମାରେ ଭଉଣୀଠାରୁ ଭାଇକୁ ଛଡ଼ାଇ ନେଲା ଯମ। ଅଧା ରହିଗଲା ଭାଇ-ଭଉଣୀଙ୍କ ରକ୍ଷା ବନ୍ଧନ। ରାକ୍ଷୀର ଖୁସି ରହିଗଲା ଅଧାରେ । ଚାଲିଗଲା ଭାଇ-ଭଉଣୀଙ୍କ ଜୀବନ । ଯେମିତି ସେମାନଙ୍କ ଖୁସିରେ କାହା ନଜର ଲାଗିଗଲା । କେତେ ଖୁସି ହୋଇ ଭାଇ ହାତରେ ରାକ୍ଷୀ ବାନ୍ଧିଥିଲା ଉଭଣୀ । ହେଲେ ସେ ଜାଣିନଥିଲା ତା ଖୁସି କ୍ଷଣିକ ପାଇଁ । ଭାଇ ହାତରେ ରାକ୍ଷୀ ବାନ୍ଧି ଖାଇ ବସିଥିବା ବେଳେ ଚାଲିଗଲା ଦୁଇ ଜଣଙ୍କ ଜୀବନ । ଏଭଳି ଅଭାବନୀୟ ଘଟଣା ବାଲେଶ୍ବର ଜିଲ୍ଲା ଖନ୍ତାପଡା ଥାନା ମଣ୍ଡ ଗାଁରେ ଘଟିଛି । ବଜ୍ରାଘାତରେ ଚାଲିଗଲା ଭାଇ-ଭଉଣୀଙ୍କ ଜୀବନ ।

ଆଜି ରାକ୍ଷୀ ପୂର୍ଣ୍ଣିମା ଥିବାରୁ ଭାସ୍କର ବେହେରାଙ୍କ ୧୨ ବର୍ଷର ଝିଅ ଆଶା ବେହେରା ସେହି ଗ୍ରାମର ନିରଞ୍ଜନ ଦଳେଇଙ୍କର ୧୫ବର୍ଷର ପୁଅ ସୁଶାନ୍ତ ଦଳେଇ ଘରକୁ ସୁଶାନ୍ତକୁ ରାକ୍ଷା ବାନ୍ଧିବାକୁ ଯାଇଥିଲା । ରାକ୍ଷୀ ବାନ୍ଧି ସାରିଲା ପରେ ତାଙ୍କ ପରିବାର ସହ ଏକାଠି ବସି ଖାଉଥିବା ବେଳେ ହଠାତ୍ ବଜ୍ରପାତ ହୋଇଥିଲା । ବଜ୍ରାଘାତରେ ଆଶା ବେହେରା ଓ ସୁଶାନ୍ତ ଦଳେଇଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା । ଅନ୍ୟ ଦୁଇ ଜଣ ରଙ୍ଗଲତା ପ୍ରଧାନ ଓ ସ୍ବାମୀ ବିଜୟ ପ୍ରଧାନ ଆହତ ହୋଇ ଖନ୍ତାପଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି ।

Leave a Reply

Your email address will not be published. Required fields are marked *