ସୁଶାନ୍ତଙ୍କ ଜୀବନ ପ୍ରତି ବିପଦ ଥିବା ନେଇ ଫେବ୍ରୁଆରୀ ମାସରୁ ମୁମ୍ବାଇ ପୋଲିସକୁ ଜଣାଇଥିଲେ ବାପା କେ.କେ ସିଂ

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟାକୁ ନେଇ ନାନା କଳ୍ପନା ଜଳ୍ପନା ଲାଗି ରହିଥିବା ବେଳେ ଏବେ ତାଙ୍କ ବାପାଙ୍କର ଏକ ବିବାଦୀୟ ବୟାନ ନଜରକୁ ଆସିଛି । ତାଙ୍କ ପୁଅ(ସୁଶାନ୍ତ) ପ୍ରତି ବିପଦ ରହିଥିବା ସେ ମୁମ୍ବାଇ ପୋଲିସକୁ ଜଣାଇଥିଲେ ମଧ୍ୟ ପୋଲିସ କୌଣିସ କର୍ଯ୍ୟାନୁଷ୍ଠାନ ନେଇ ନ ଥିବାରୁ ଆଜି ଏପରି ପରିସ୍ଥିତି ହୋଇଛି ବୋଲି ସୁଶାନ୍ତଙ୍କ ବାପା କେ.କେ ସିଂ କହିଛନ୍ତି ।

ଖବର ସରବରାହ ସଂସ୍ଥା ଏଏନଆଇରେ ଥିବା ଏକ ଭିଡିଓରେ ତାଙ୍କ ବାପା କେ. କେ ସିଂହ କହିବାନୁଯାୟୀ, ‘ସେ ଫେବ୍ରୁଆରୀ ୨୫ରେ ସେ ବାନ୍ଦ୍ରା ପୋଲିସ ନିକଟରେ ଅଭିଯୋଗ କରିଥିଲେ କି ତାଙ୍କ ପୁଅ ଜୀବନ ବିପଦରେ ଅଛି । ଏହାପରେ ଜୁନ ୧୪ରେ ସେ ଆତ୍ମହତ୍ୟା କଲା । ମୁଁ ଦେଇଥିବା ଏତଲା ଯାହା ନାଁ ଥିଲା ତାଙ୍କ ବିରାଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଅନୁରୋଧ କରିଥିଲେ । ଏ ମଧ୍ୟରେ ୪୦ ଦିନ ବିତି ଗଲାଣି । ତେଣୁ ମୁଁ ବାଧ୍ୟ ହୋଇ ଆଉ ଏକ ଏତାଲ ପାଟନା ପୋଲିସ ଷ୍ଟେସନରେ ଦେଲି । ‘

ବିହାର ପୋଲିସ ଏହି ଘଟଣାକୁ ଗୁରୁତ୍ୱର ସହ ଗ୍ରହଣ କରିଥିବାରୁ ସୁଶାନ୍ତଙ୍କ ବାପା ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

Leave a Reply

Your email address will not be published. Required fields are marked *