୨୪ ଘଣ୍ଟାରେ ଭାରତରେ ସର୍ବାଧିକ କୋଭିଡ ସଂକ୍ରମିତ,
ନୂଆଦିଲ୍ଲୀ:- ସୋମବାର ଭାରତରେ ରେକର୍ଡ ସଂଖ୍ୟକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାସହ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୧୮ ଲକ୍ଷ ଅତିକ୍ରମ କରିଛି ।
ସୋମବାର ମୋଟ୍ ୫୨,୯୭୨ଜଣ କରୋନା ଆକ୍ରାନ୍ତ ଟିହ୍ନଟ ହୋଇଥିବା ବେଳେ ମୋଟ୍ ସଂଖ୍ୟା ୧୮ ଲକ୍ଷ ଅତିକ୍ରମ କରିଛି । ଏହା ହେଉଛି ଗୋଟିଏ ଦିନରେ କୌଣସି ଦେଶରେ ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରେ ତୃତୀୟ ସର୍ବାଧିକ । ପୂର୍ବରୁ ଆମେରିକା ଓ ବ୍ରାଜିଲରେ ଏତେ ସଂଖ୍ୟାରେ ଆକ୍ରାନ୍ତ ଚିହ୍ନଟ ହୋଇସାରିଛନ୍ତି ।
ଆମେରିକା, ବ୍ରାଜିଲ ଓ ଭାରତ ପରେ ପେରୁରେ ୨୧୩୫୮, କଲମ୍ବିଆରେ ୧୧୪୭୦ କେସ୍ ଓ ଦକ୍ଷିଣ ଆଫ୍ରିକାରେ ୮୧୯୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତେବେ ସୋମବାର ଆମେରିକାରେ ୪୭୫୧୧ଟି ନୂଆ କେସ୍ ସାମ୍ନାକୁ ଆସିଥିବା ବେଳେ ବ୍ରାଜିଲରେ ୨୫୮୦୦ ନୂଆ କେସ୍ ସାମ୍ନାକୁ ଆସିଛି । ଯାହା ଭାରତ ତୁଳନାରେ କମ୍ ।
ଜନସ୍ ହପକିନସ୍ ୟୁନିଭର୍ସିଟିର ତଥ୍ୟାନୁସାରେ, ସୋମବାରେ ଆମେରିକାରେ ୪୭,୫୧୧ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ବ୍ରାଜିଲରେ ୨୫,୮୦୦ କେସ୍ ଆସିଛି ।
ସେହିପରି ଦେଶରେ କରୋନା ପଜିଟିଭ୍ ମାମଲା ୧୮,୦୩,୬୯୫ରେ ପହଁଚିଥିବା ବେଳେ ୩୮୧୩୫ଜଣ ପ୍ରାଣ ହରାଇଛନ୍ତି । ଏହାସହ ଗତ ୨୪ ଘଣ୍ଟାରେ ୭୭୧ଜଣଙ୍କର ଜୀବନ ଯାଇଛି । ଏତତ୍ ବ୍ୟତୀତ ସାରା ବିଶ୍ୱରେ ପ୍ରାୟ ୧ କୋଟି ୮୦ ଲକ୍ଷରୁ ଅଧିକ ବ୍ୟକ୍ତି ସଂକ୍ରମିତ ହୋଇତିବା ବେଳେ ୬୯୦,୦୦୦ଜଣପ୍ରାଣ ହରାଇଛନ୍ତି ।