ସଂକ୍ରମଣ ବେଳେ ଭାଇ-ଭଉଣୀ ସମ୍ପର୍କରେ ସେତୁ ସାଜିଲା ସୋସିଆଲ ମିଡିଆ

ଭୁବନେଶ୍ୱର :-ଦୂରରେ ଥିବା ଭାଇ ହାତରେ ସମ୍ପର୍କର ସୂତା ବାନ୍ଧିବାକୁ ସୋସିଆଲ ମିଡିଆକୁ ମାଧ୍ୟମ କରିଛି ଭଉଣୀ । ଆଉ ଥାଳିରେ ଚାଉଳ, ଚନ୍ଦନ, ମିଠା ଧରି ଭିଡିଓ କଲରେ ଭାଇ ହାତରେ ରାକ୍ଷୀ ବାନ୍ଧିଛି । କରୋନା କଟକଣା ପାଇଁ ଯେତେବେଳେ ଭାଇ ପାଖକୁ ଯାଇ ଭଉଣୀ ତା ହାତରେ ସ୍ନେହର ସୂତାଖିଅ ବାନ୍ଧିପାରୁନି ଠିକ୍ ସେତିକି ବେଳେ ସୋସିଆଲ ମିଡିଆ ସାଜିଛି ସମ୍ପର୍କର ସେତୁ ।କଟକଣା ପାଇଁ ଅନେକ ଭଉଣୀ ନିଜ ନିଜ ଭାଇଙ୍କ ପାଖକୁ ପୋଷ୍ଟାଲରେ ରାକ୍ଷୀ ପଠାଇ ଦେଇଥିବା ବେଳେ କିଛି ଭଉଣୀ ଏଥର ଭାଇ ହାତରେ ରାକ୍ଷୀ ବାନ୍ଧିପାରୁ ନଥିବାରୁ ମନଉଣା କରି ବସିଛି । କିନ୍ତୁ କଟକର ଜଣେ ମହିଳା ଜୟଶ୍ରୀ ସିଂହ ନିଆରା ଢଙ୍ଗରେ ଭାଇ ହାତରେ ରାକ୍ଷୀ ବାନ୍ଧିଛନ୍ତି । ଦୂରରେ ଥିବା ଭାଇକୁ ଭିଡିଓ କଲ କରି ରାକ୍ଷୀ ବାନ୍ଧିଛନ୍ତି ଆଉ ଭାଇଠୁ ଆଶିର୍ବାଦ ମାଗିଛନ୍ତି ଜୟଶ୍ରୀ ।ତେବେ ରାକ୍ଷୀ ବାନ୍ଧିବା ପରେ ପ୍ରତିବର୍ଷ ଭାଇକୁ ପାଉଣା ମାଗେ ଭଉଣୀ । କିନ୍ତୁ ଏଥର ଭାଇକୁ ଭଉଣୀ ପାଉଣା ମାଗିନି । ବରଂ ସତର୍କ ରହିବାକୁ ସଚେତନ କରିଛି । ଭାଇ ଭଲରେ ରହୁ ବୋଲି ଭଗବାନକୁ ପ୍ରାର୍ଥନା କରିଛି । ଆଉ ମାସ୍କ, ସାଇଟାଇଜର ବ୍ୟବହାର ସହ ସାମାଜିକ ଦୂରତା ମାନିକାବୁ ଭଉଣୀ ଭାଇକୁ କହିଛି, ଭାଇ ବି ଭଉଣୀର ରାକ୍ଷୀ ଗ୍ରହଣ କରି ସତର୍କ ରହିବାକୁ କହିଛି । ରକ୍ଷା ବନ୍ଧନରେ ଭିଡିଓ କଲରେ ହେଉ ପଛେ ଭାଇ ହାତରେ ରାକ୍ଷୀ ବାନ୍ଧି ବେସ୍ ଖୁସି ହୋଇଛି ।

Leave a Reply

Your email address will not be published. Required fields are marked *