ବିମାନ ଦୁର୍ଘଟଣାରେ ପାକିସ୍ତାନ୍‌ ଟେଲି ଅଭିନେତ୍ରୀ ମୃତ !

ଇସଲାମାବାଦ: ଶୁକ୍ରବାର କରାଚି ନିକଟରେ ପାକିସ୍ତାନ ଇଣ୍ଟର୍‌ନ୍ୟାସ୍‌ନାଲ୍ ଏୟାର୍‌ ଲାଇନ୍‌ (ପିଆଇଏ) ବିମାନ ଦୁର୍ଘଟଣାଗ୍ରସ୍ତରେ ପାକିସ୍ତାନ ଟେଲି ଅଭିନେତ୍ରୀ ଆୟେଜା ଖାନ୍‌ ଓ ତାଙ୍କ ସ୍ୱାମୀ ଦାନିଶ ତୈମୁର ଥିବା ନେଇ ସୋସିଆଲ୍‌ ମିଡିଆ ସାଇଟ୍‌ ଇନ୍‌ଷ୍ଟାଗ୍ରାମ୍‌ରେ ଗୁଜବ ପ୍ରଚାର ହୋଇଥିଲା। ଯାହାକୁ ଖଣ୍ଡନ କରିଛନ୍ତି ନିଜେ ଆୟେଜା।

ଆୟେଜା ଓ ତାଙ୍କ ସ୍ୱାମୀ ଦାନିଶଙ୍କର ଏହି ବିମାନ ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା ନେଇ ସୋସିଆଲ୍‌ ମିଡିଆରେ ଗୁଜବ ପ୍ରଚାର ହୋଇଥିଲା। ଏହାପରେ ଆୟେଜା ନିଜେ ଇନ୍‌ଷ୍ଟାଗ୍ରାମ୍‌ରେ ଏକ ପୋଷ୍ଟ କରି ଗୁଜବ ଉପରୁ ପରଦା ଉଠାଇଛନ୍ତି। ଏଥିସହିତ ଏଭଳି ଗୁଜବ ପ୍ରଚାର ନ କରିବାକୁ ସେ ଲୋକମାନଙ୍କୁ କହିଛନ୍ତି।

ଯେଉଁମାନେ କିଛି ନଜାଣି ଏଭଳି ଗୁଜବ ପ୍ରଚାର କରୁଛନ୍ତି ଅଲ୍ଲାହ ସେମାନଙ୍କୁ ସଦ୍‌ବୁଦ୍ଧି ଦିଅନ୍ତୁ ବୋଲି ଇନ୍‌ଷ୍ଟାରେ ପୋଷ୍ଟ କରିଛନ୍ତି ଆୟେଜା। ଏଥିସହିତ ଦୁର୍ଘଟଣାରେ ମୃତ ଲୋକଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି ଏହି ଟେଲି ଅଭିନେତ୍ରୀ। ଆୟେଜା ଗୁଜବ ଖଣ୍ଡନ କରି ଇନ୍‌ଷ୍ଟାରେ ଏଭଳି ପୋଷ୍ଟ କରିବାର କିଛି ସମୟ ପରେ ତାକୁ ଡିଲିଟ୍ ମଧ୍ୟ କରିଦେଇଛନ୍ତି।

ଆୟେଜା ଖାନ୍‌ ପାକିସ୍ତାନର ଜଣେ ଲୋକପ୍ରିୟ ଟେଲି ଅଭିନେତ୍ରୀ। ସେ ଅଧୁରୀ ଔରତ, କୋଇ ଚାନ୍ଦ ରଖ, ତୁମ୍‌ କୌନ୍‌ ପିୟା ଭଳି ଅନେକ ଲୋକପ୍ରିୟ ଧାରାବାହିକରେ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି।

Leave a Reply

Your email address will not be published. Required fields are marked *