ଥାନାରେ ଲେଡି ଆଇଆଇସିଙ୍କ ଦଵଙ୍ଗଗିରି ମାମଲା,ଡିଜିପି କଲେ ନିଲମ୍ବିତ
ଭୁବନେଶ୍ୱର:-କିଛି ଦିନ ପୂର୍ବେ ଥାନା ଭିତରେ ଥାର୍ଡ ଡିଗ୍ରୀ ପ୍ରୟୋଗ କରି ଜଣେ ଯୁବକଙ୍କୁ ନିସ୍ତୁକ ପିଟିବା ଘଟଣାରେ ସସ୍ପେଣ୍ଡ ହୋଇଛନ୍ତି କେନ୍ଦୁଝର ଜିଲ୍ଲା ପାଟଣା ଥାନା ଆଇଆଇସି ସନ୍ଧ୍ୟାରାଣୀ ଜେନା । ପୁଲିସ୍ ଡିଜି ଆଇଆଇସି ସନ୍ଧ୍ୟାରାଣୀଙ୍କୁ ସସ୍ପେଣ୍ଡ କରିଥିବା ନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି
ଉଲ୍ଲେଖଯୋଗ୍ୟ ଯେ, କିଛି ଦିନ ପୂର୍ବେ ଜମିବାଡ଼ି ବିବାଦକୁ ନେଇ କେନ୍ଦୁଝର ଜିଲ୍ଲା ସାହାରପଡ଼ା ବ୍ଲକ ପ୍ରଭାସରଭା ଗାଁର ରାଜୁ ମହାନ୍ତି ଓ ତାଙ୍କ ଦାଦାଙ୍କ ମଧ୍ୟରେ ବିବାଦ ଲାଗି ରହିଥିଲା। ଏନେଇ ମାର୍ଚ୍ଚ ୨୫ ତାରିଖରେ ପାଟଣା ଥାନାରେ ଅଭିଯୋଗ ହୋଇଥିଲା। ଆଇଆଇସି ସନ୍ଧ୍ୟାରାଣୀ ରାଜୁକୁ ଥାନାକୁ ଆଣି ଅତି ନିର୍ଦ୍ଦୟ ଭାବେ ଗଡ଼ାଇ ଗଡ଼ାଇ ଲାଠିରେ ପିଟିଥିଲେ। ଏତିକିରେ ମନ ଶାନ୍ତି ନ ହେବାରୁ ଗୋଇଠା ପରେ ଗୋଇଠା ମାରି ଚାଲିଲେ। ଏହାର ଭିଡିଓ ସୋଶାଲ୍ ମିଡିଆରେ ଭାଇରାଲ୍ ହେବା ପରେ ସନ୍ଧ୍ୟାରାଣୀଙ୍କ ଅଡ଼ୁଆ ବଢ଼ିଥିଲା।










