ରେନ ଦି ବାରରେ ଚାଲିଥିଲା ଚୋର ମଦ କାରବାର, ପୋଲିସ ଚଢ଼ାଉ ପରେ ବିପୁଳ ପରିମାଣର ମଦ ଜବତ
ଭୁବନେଶ୍ୱର:-କଟକ ରୋଡ଼ ରେନ୍ ଦି ବାରରେ କମିଶନରେଟ ପୋଲିସ ଚଢ଼ାଉ କରିଛି। ବାରରେ ଆଗରେ ତାଲା ମରା ଯାଇଥିବା ବେଳେ ଭିତରେ ଚାଲିଥିବା ଚୋରା ମଦ କାରବାର। ଖବର ପାଇ କମିଶନରେଟ ପୋଲିସର କୁଇକ ଆକ୍ସନ ଟିମ ଓ ଲକ୍ଷ୍ମୀସାଗର ଥାନା ପକ୍ଷରୁ ବିଶେଷ ସୂତ୍ରରୁ ଖବର ପାଇ ରେନ୍ ଦି ବାରରେ ଚଢ଼ାଉ କରାଯାଇଥିଲା। ଏହି ଚଢ଼ାଉ ସମୟରେ ଲକ୍ଷାଧିକ ଟଙ୍କାର ମଦ ଜବତ କରାଯାଇଛି। ତେବେ ଲକଡାଉନ ଆରମ୍ଭରୁ ଏଠାରେ ଚୋରାରେ ମଦ ବିକ୍ରି ହେଉଥିବା ଅଭିଯୋଗ ଆସିଥିଲା। ଏଥିସହିତ ୩ ଗୁଣାରୁ ଅଧିକ ଦାମରେ ମଦ ବିକ୍ରି ମଧ୍ୟ ହେଉଥିଲା। କୁହା ଯାଉଛି ଯେ, ଉକ୍ତ ବାରରେ ମଦ ହୋମ ଡେଲିଭେରୀ ଦଉଥିଲେ। ଚଡାଉ ପରେ ମାଲିକ କଥା ବଦଳାଉଛନ୍ତି। ସେ କହିଛନ୍ତି ,ଲକ ଡାଉନ ପୂର୍ବରୁ ଯାହା ଷ୍ଟକ ରହି ଥିଲା ତାହା ହିଁ ତାଲା ମରା ହୋଇଥିଲା କିନ୍ତୁ ପୋଲିସ ସିକ୍ୟୁରିଟିଙ୍କୁ ଜବରଦସ୍ତି ଚାବି ମାଗି ନେଇ ମଦ ଥିବା ରୁମ ଖୋଲି ଜବତ କରାଯାଇଛି ବୋଲି କହୁଛି। ହେଲେ ଏହା ଆଇନ ବିରୋଧୀ ବୋଲି ମାଲିକ କହିଛନ୍ତି।










