ହଠାତ୍‌ ମାଡିଆସିଲା ପାଣି, ବୈତରଣୀରେ ବୁଡିଗଲା ୬ ବାଲି ହାଇଓ୍ୱା

ଭଦ୍ରକ :- ନଦୀକୁ ଯାଇଥିଲେ ବାଲି ପାଇଁ, କିନ୍ତୁ ବୁଲିଗଲେ ହାଇଓ୍ୱା । ବୈତରଣୀ ନଦୀରେ ବୁଡିଗଲା ୬ଟି ହାଇୱା । ପାଣି ବଢ଼ୁଥିବାରୁ ଉଦ୍ଧାର କାର୍ଯ୍ୟରେ ବାଧାପ୍ରାପ୍ତ ହୋଇଛି । ଯାଜପୁର ଜିଲ୍ଲା ଆଖୁଆପଦା ବାଲି ଖାଦାନ ରୁ ଏହି ହାଇୱା ଗୁଡିକ ବାଲି ନେଇଥାନ୍ତି । ନଦୀ ପଠା ଶୁଖିଲା ଥିବାରୁ ହାଇୱା ଗୁଡିକ ଖାଦାନ ଭିତରେ ରହିଥିଲେ । କିନ୍ତୁ ହଠାତ୍‌ ବୈତରଣୀ ନଦୀରେ ପାଣି ବଢ଼ିଯିବାରୁ ଗାଡି ଗୁଡିକ ବୁଡିଯାଇଛି ।ସୌଭାଗ୍ୟବଶତଃ ଡ୍ରାଇଭର ମାନେ ଜୀବନ ବିକଳରେ ଗାଡି ଗୁଡିକ ଛାଡି ଦୌଡ଼ି ବାହାରି ଆସିଥିଲେ । ବାତ୍ୟା ପ୍ରଭାବରେ ନଦୀର ଉପର ମୁଣ୍ଡରେ ପ୍ରବଳ ବର୍ଷା ହୋଇଥିଲା । ସେହି ବର୍ଷା ପାଣି ଗଡି ଆଖୁଆପଦା ରେ ପହଞ୍ଚିବାକୁ ସମୟ ଲାଗିଥାଏ । ସେହି ବର୍ଷା ପାଣି ବଢ଼ି ଥିବାରୁ ନଦୀ ର ଜଳସ୍ତର ବଢ଼ିବାରେ ଲାଗିଥିବା ଅନୁମାନ କରାଯାଉଛି ।

Leave a Reply

Your email address will not be published. Required fields are marked *