ରାଜଧାନୀରୁ ଆଉ ୧୧୮ କରୋନା ପଜିଟିଭ୍ ଚିହ୍ନଟ
ଭୁବନେଶ୍ୱର :-ରାଜଧାନୀ ଭୁବନେଶ୍ୱରରୁ ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୧୧୮ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାସହ ରାଜଧାନୀରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୨୯୭୯ରେ ପହଁଚିଛି ।
ଟିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରେ କ୍ୱାରେଣ୍ଟାଇନରେ ୬୯ଜଣ ଥିବା ବେଳେ ୪୯ ଜଣ ହେଉଛନ୍ତି ସ୍ଥାନୀୟ ସଂକ୍ରମିତ ।
ସୂଚନାଯୋଗ୍ୟ, ରାଜଧାନୀରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୨୯୭୯ରେ ପହଁଚିଥିବା ବେଳେ ୧୬୯୧ଜଣ ଆରୋଗ୍ୟ ଲାଭ କରିଛନ୍ତି । ସେହିପରି ୧୮ ଜଣ ପ୍ରାଣ ହରାଇଥିବା ବେଳେ ୧୨୬୮ଟି ସକ୍ରିୟ କେସ୍ ରହିଛି ।










