ହାରିଲା କରୋନା , ଜିତିଲେ ବିଗ୍ ବି
ମୁମ୍ବାଇ:-ମେଡିକାଲରୁ ଡିସ୍ଚାର୍ଜ ହେଲ ବଲିଉଡ ମହାନାୟକ ଅମିତାଭ ବଚ୍ଚନ । କରୋନା ସଂକ୍ରମିତ ହେବା ପରେ ମେଡିକାଲରେ ଭର୍ତ୍ତି ହୋଇଥିଲେ । ତେବେ ଆଜି ତାଙ୍କର ଟେଷ୍ଟ ରିପୋର୍ଟ ନେଗେଟିଭ୍ ଆସିବା ପରେ , ତାଙ୍କୁ ମେଡିକାଲରୁ ଡିସଚାର୍ଜ କରାଯାଇଛି । ମୁମ୍ବାଇର ନାନାବତୀ ହସ୍ପିଟାଲରେ ଅମିତାଭ ବଚ୍ଚନଙ୍କ ଚିକିତ୍ସା ଜାରି ରହିଥିଲା । ତେବେ ଅମିତାଭ ବଚ୍ଚନଙ୍କ ଡିସଚାର୍ଜ ନେଇ ପୁଅ ଅଭିଷେତ ବଚ୍ଚନ ନିଜେ ଟ୍ୱିଟ୍ ମାଧ୍ୟମରେ ସୂଚନା ଦେଇଛନ୍ତି ।ଜୁଲାଇ ୧୧ତାରିଖରେ ଅମିତାଭ ବଚ୍ଚନ କରୋନା ପଜିଟିଭ ଭାବେ ଚିହ୍ନଟ ହୋଇଥିଲେ । ଏହାପର ଠାରୁ ସେ ମୁମ୍ବାଇର ନାନାବତୀ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ, ଏବଂ ସେଠାରେ ତାଙ୍କ ଚିକିତ୍ସା ଜାରି ରହିଥିଲା । ତେବେ ଅମିତାଭ ବଚ୍ଚନ କରୋନା ପଜିଟିଭ୍ ଜଣାପଡିବା ପରେ ତାଙ୍କ ପରିବାରର ସମସ୍ତଙ୍କର କୋଭିଡ଼ ଟେଷ୍ଟ କରାଯାଇଥିଲା । ପ୍ରଥମେ ପୁଅ ଅଭିଷକ ବଚ୍ଚନ କରୋନା ଆକ୍ରାନ୍ତ ଥିବା ଜଣାପଡିଥିଲା । ଏହାପରେ ତାଙ୍କ ବୋହୂ ଓ ନାତୁଣୀ ମଧ୍ୟ କରୋନା ସଂକ୍ରମିତ ହୋଇଥିଲେ । ସମସ୍ତଙ୍କ ଚିକିତ୍ସା ଜାରି ରହିଥିଲା । କିନ୍ତୁ ପୁଅ ଅଭିଷେକ ଓ ବାପା ଅମିତାଭଙ୍କୁ ମୁମ୍ବାଇର ନାନାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।ତେବେ ଦୀର୍ଘ ଦିନ ଚିକିତ୍ସା ଜାରି ରହିବା ପରେ ବୋହୂ ଓ ନାତୁଣୀଙ୍କୁ କରୋନା ରିପୋର୍ଟ ନେଗେଟିଭ୍ ଆସିଥିଲା । ଉଭୟ କରୋନାରୁ ସୁସ୍ଥ ହୋଇଥିଲା । ଆଉ ଏବେ ଅମିତାଭ ବଚ୍ଚନଙ୍କ କରୋନା ରିପୋର୍ଟ ନେଗେଟିଭ୍ ଆସିଛି , ଏବଂ ତାଙ୍କୁ ମେଡିକାଲରୁ ଡିସଚାର୍ଜ ହୋଇଛନ୍ତି ବୋଲି ପୁଅ ଅଭିଷେକ ଟ୍ୱିଟ୍ ମାଧ୍ୟମରେ ସୂଚନା ଦେଇଛନ୍ତି ।










