ଉତ୍ତର ପ୍ରଦେଶ ବିଜେପି ଅଧ୍ୟକ୍ଷ ସ୍ୱତନ୍ତ୍ର ଦେବ ସିଂହ କରୋନା ପଜିଟିଭ

ଲଖନଉ:– ଉତ୍ତର ପ୍ରଦେଶ ବିଜେପି ଅଧ୍ୟକ୍ଷ ସ୍ୱତନ୍ତ୍ର ଦେବ ସିଂହଙ୍କର ରବିବାର ଦିନ କରୋନା ରିପୋର୍ଟ ପଜିଟିଭ ଆସିଛି | ଟ୍ୱିଟ କରି ସେ ଏ ସମ୍ପର୍କରେ ସୂଚନା ଦେଇଛନ୍ତି | ସ୍ୱତନ୍ତ୍ର ଦେବଙ୍କ ମଧ୍ୟରେ ପ୍ରାଥମିକ କରୋନା ଲକ୍ଷଣ ପରିଲକ୍ଷିତ ହେବାପରେ ଶନିବାର ଦିନ ସେ ଯାଞ୍ଚ କରାଇଥିଲେ | ରବିବାର ଦିନ ତାଙ୍କର ରିପୋର୍ଟ ପଜିଟିଭ ଆସିଛି | ସେ କହିଛନ୍ତି ଯେ ଡାକ୍ତରଙ୍କ ପରାମର୍ଶରେ ସେ ହୋମ କ୍ଵାରେଣ୍ଟାଇନରେ ଅଛନ୍ତି | ସମସ୍ତଙ୍କୁ ସଚେତନ ରହିବାକୁ ଏବଂ ସରକାରୀ ଗାଇଡଲାଇନ ପାଳନ କରିବାକୁ ସେ ଅପିଲ କରିଛନ୍ତି |

ସେ ଟ୍ୱିଟ କରି କହିଛନ୍ତି ଯେ, ତାଙ୍କ ସମ୍ପର୍କରେ ଯେଉଁମାନେ ଆସିଛନ୍ତି ସେମାନେ ନିଜକୁ କ୍ଵାରେଣ୍ଟାଇନ କରନ୍ତୁ ଏବଂ ଆବଶ୍ୟକ ସ୍ଥଳେ ନିଜର ଯାଞ୍ଚ କରାନ୍ତୁ |

Leave a Reply

Your email address will not be published. Required fields are marked *