ପଞ୍ଜାବରେ ବିଷାକ୍ତ ମଦ ପିଇ ଜୀବନ ହାରିଥିବା ମୃତକଙ୍କ ସଂଖ୍ୟା ୮୦

ଚଣ୍ଡିଗଡ:-ପଞ୍ଜାବରେ ବିଷାକ୍ତ ମଦ ପିଇ ଜୀବନ ହାରିଥିବା ମୃତକଙ୍କ ସଂଖ୍ୟା ୮୦ରେ ପହଁଚିଛି । ଏହି ମାମଲାରେ ମୃତକଙ୍କ ପରିବାର ପ୍ରତି ରାଜ୍ୟ ସରକାର ୨ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରିଛନ୍ତି । ତେବେ ପୋଲିସ ଏହି ଘଟଣାରେ ବଡ ଧରଣର କାର୍ଯ୍ୟାନୁଷ୍ଠାନ ନେଇଛି । ଏବେସୁଦ୍ଧା ଶତାଧିକ ସ୍ଥାନରେ ଚଢାଉ କରାଯିବା ସହ ୧୭ଜଣଙ୍କୁ ଗିରଫ କରାଯାଇଛି ।

ମୃତକଙ୍କ ମଧ୍ୟରେ ତରନତାରନ ଜିଲ୍ଲାରୁ ୪୨ଜଣ ରହିଥିବା ବେଳେ ଅମୃତସରରେ ୧୧, ବଟାଲା ଓ ଗୁରୁଦାସପୁରରେ ୯ଜଣ ପ୍ରାଣ ହରାଇଛନ୍ତି । ପୋଲିସ ଏବେ ମୃତକଙ୍କ ପରିବାର ଲୋକଙ୍କ ବୟାନ ରେକର୍ଡ କରୁଛି । ପୋଲିସର କହିବାନୁସାରେ, ଅଧିକାଂଶ ପରିବାର କାର୍ଯ୍ୟାନୁଷ୍ଠାନ ଚାହୁଁନାହାଁନ୍ତି । ଏପରିକି ସାମ୍ନାକୁ ମଧ୍ୟ ଆସୁନାହାଁନ୍ତି । ଏପରିକି କିଛି ପୋଷ୍ଟମଟର୍ମ କରିବାକୁ ମଧ୍ୟ ଚାହୁଁନାହାଁନ୍ତି । ସେହିପରି ଆଉ କିଚି ପରିବାର ଲୋକେ ଏହି ମୃତ୍ୟୁ ବିଷାକ୍ତ ମଦ ପାଇଁ ହୋଇଥିବା ମାନିବାକୁ ନାରାଜ ।

ତରନତାରନର ଉପ ଜିଲ୍ଲାପାଳ କୁଲଓ୍ୱାନ୍ତ ସିଂ କହିଛନ୍ତି ଯେ, କିଛି ପରିବାର ସଦସ୍ୟ ପୋଲିସକୁ ସୂଚନା ନଦେଇ ଅନ୍ତିମ ସଂସ୍କାର କରିଦେଇଛନ୍ତି । ଏହି ମାମଲାରେ ପୋଲିସ ଜିଲ୍ଲାରେ ୧୦ଜଣଙ୍କୁ ଗିରଫ କରିଛି ।

Leave a Reply

Your email address will not be published. Required fields are marked *