ଝିଅ ଗାଧୋଉଥିବା ବେଳେ ବାପା କରୁଥିଲେ ଭିଡ଼ିଓ

ରାଞ୍ଚି –  ଝାଡ଼ଖଣ୍ଡର ରାଜଧାନୀ ରାଞ୍ଚିର ନାମକୁମ ଥାନା ଅଞ୍ଚଳରେ ଏମିତି ଏକ ଘଟଣା ଘଟିଛି, ଯାହାକି ଜଣେ ପିତା  ଓ ଝିଅର ସଂପର୍କରେ ଲଗେଇଛି ଦାଗ । ଜଣେ ସାବତ ପିତା ତାଙ୍କର ଝିଅ ଗାଧୋଇବା ବେଳେ ଭିଡ଼ିଓ କରୁଥିବାର ଅଭିଯୋଗ ହୋଇଥିଲା ।  ଯାହାକି ଚର୍ଚ୍ଚାର ବିଷୟ ସାଜିଥିଲା ।ସୂଚନା ମୁତାବକ , ଯେବେ ଯୁବତୀ ଜଣଙ୍କ ନିଜର ବାଥ୍‌ରୁମ୍‌ରେ ଗୋଧୋଇବାକୁ ଯାଇଥିଲେ । ଅଚାନକ ତାଙ୍କ ନଜର ସେଠାରେ ଏକ ସାମ୍ପୁ ବୋତଲ ପଛରେ ଥିବା ଏକ ଜିନିଷ ଉପରେ ପଡ଼ିଲା । ଜିନିଷଟି ଚକ୍‌ଚକ୍‌ କରୁଥିଲା । ଯେବେ ଯୁବତୀ ଜଣଙ୍କ ସେ ଜିନିଷଟିକୁ ଜାଣିବାକୁ ବୋତଲଟିକୁ ହଟାଇ ଦେଲେ ତ ସେ ଆଶ୍ଚର୍ଯ୍ୟ ହୋଇଗଲେ । କାରଣ ମୋବାଇଲ ରଖାଯାଇ ତାଙ୍କର ସବୁ ଉଲଗ୍ନ ଭିଡ଼ିଓ ସୁଟ୍‌ କରାଯାଉଥିଲା । ସବୁ ସେଥିରେ ରେକର୍ଡ ହୋଇଥିଲା ।

ଏହା ପରେ ଯୁବତୀ ଜଣଙ୍କ ଯାଇ ଏକଥା ତାଙ୍କର ସେହି ସାବତ ବାପାଙ୍କୁ କହିଲେ , ସବୁ କଥା ପର୍ଦ୍ଦାଫାସ୍‌ ହୋଇଥିବା ଜାଣି ସେହି ବ୍ୟକ୍ତି ତୁରନ୍ତ ମୋବାଇଲରୁ ସବୁ ରେକର୍ଡ ଡିଲିଟ୍‌ କରିଦେଇଥିଲେ ।

ସେପଟେ ପୁଲିସ୍ ଅଭିଯୋଗ ଆଧାରରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଅଭିଯୁକ୍ତ ବାପାକୁ ଗିରଫ କରିଥିଲା । ଏହି ପୁରା ଘଟଣା ଓ ତାଙ୍କ ଉପରେ ଲାଗିଥିଲା ଅଭିଯୋଗ ଏକ  ଅବୁଝାମଣା ବୋଲି ବ୍ୟକ୍ତି ଜଣଙ୍କ କହିଛନ୍ତି । ହେଲେ ମୋବାଇଲ୍‌ ରଖିଥିବା କଥା ସେ ସ୍ୱୀକାର କରିଥିଲେ ।

Leave a Reply

Your email address will not be published. Required fields are marked *