୮୩ ବର୍ଷିୟା ବୟସ୍କା ମହିଳାଙ୍କୁ ଗଣଦୁଷ୍କର୍ମ

ଝାଡ଼ଖଣ୍ଡ –  ମାନବିକତାକୁ ଲଜ୍ଜା। ଏମିତି ଏକ ଘଟଣା ସାମନାକୁ ଆସିଛି । ଯେଉଁଠି ୮୩ ବର୍ଷିୟା ଜଣେ ବୟସ୍କା ମହିଳାଙ୍କ ସହ ଦୁଇ ଜଣ ଯୁବକ କରିଛନ୍ତି ଗଣଦୁଷ୍କର୍ମ ।  ଏହି ଘଟଣାରେ ସଂପୃକ୍ତ ଗାଁରେ ଲୋକେ କ୍ରୋଧାନ୍ୱିତ ହୋଇ ଉଠିଥିଲେ । ପୁଲିସ୍‌ ଏହି ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି ଜେଲ ପଠାଇଦେଇଛି । ଗାଁ ଲୋକେ ଏହି ଅଭିଯୁକ୍ତଙ୍କୁ ଫାଶୀଦଣ୍ଡ ଦେବାକୁ ଦାବି କରିଛନ୍ତି।

ଏହି ଘଟଣା ଝାଡ଼ଖଣ୍ଡର ଚତରା ଜିଲ୍ଲାର ରାଜପୁର ଥାନା ଅଞ୍ଚଳର କେନ୍ଦୁୱା  ସହୋର ଗାଁରେ ଗୁରୁବାର ରାତିରେ ହୋଇଛି ।  ବୟସ୍କା ମହିଳା ଘରେ ଏକଲା ଶୋଇଥିଲେ। ସେତେବେଳେ ମଦ ନିଶାରେ ଗାଁର ଦୁଇ ଯୁବକ ଏହି ବୟସ୍କା ମହିଳାଙ୍କ ଘରେ ପଶି ତାଙ୍କ ସହ ଦୁଷ୍କର୍ମ କରିଥିଲେ ।

ଥାନା ପ୍ରଭାରୀ ମନୋଜ ପାଳ କହିଛନ୍ତି  ଦୁଇ ଅଭିଯୁକ୍ତ ୨୨ ବର୍ଷିୟ ରାଜେଶ କୁମାର ସିଂହ ଓ ୧୯ ବର୍ଷିୟ ରତନ ସିଂହଙ୍କୁ ଗିରଫ କରାଯାଇଛି । ଯେବେ ଏହି ମାମଲାର ସୂଚନା ଗାଁରେ ବ୍ୟାପିଗଲା କିଛି ଲୋକ ଏହି ଘଟଣାକୁ ଚାପି ଦେବାକୁ ପ୍ରୟାସ କରୁଥିଲେ । ଏମିତି କି  ପୀଡ଼ିତାଙ୍କୁ ପୁଲିସ୍‌ଙ୍କ ପାଖକୁ ନଯିବାକୁ ମଧ୍ୟ କହିଥିଲେ ।

Leave a Reply

Your email address will not be published. Required fields are marked *