ରାମମନ୍ଦିର ଭୂମିପୂଜନ ପାଇଁ କାଉଣ୍ଟ ଡାଉନ୍ ଆରମ୍ଭ, ଆସନ୍ତା ଅଗଷ୍ଟ ୫ରେ ଅଯୋଧ୍ୟାରେ ରାମମନ୍ଦିର ଭୂମିପୂଜନ

ଅଯୋଧ୍ୟା:-ଆସନ୍ତା ଅଗଷ୍ଟ ୫ରେ ଅଯୋଧ୍ୟାରେ ରାମମନ୍ଦିର ଭୂମିପୂଜନ କାର୍ଯ୍ୟକ୍ରମ ରହିଛି । ଏଥିପାଇଁ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଛି । ଭୂମିପୂଜନ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗଦେବେ । ସେଥିପାଇଁ ସାରା ଆଯୋଧ୍ୟା ସହରର ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ୪ ତାରିଖରୁ ସହରର ସୀମା ସିଲ୍‌ କରାଯିବ । ଶିଳାନ୍ୟାସ କାର୍ଯ୍ୟକ୍ରମକୁ ଲାଲକୃଷ୍ଣ ଆଡଭାନୀ, ମୂରଲୀ ମନୋହର ଯୋଶୀଙ୍କୁ ଶେଷରେ ନିମନ୍ତ୍ରଣ ମିଳିଛି । ରାମ ମନ୍ଦିର ଟ୍ରଷ୍ଟ ପକ୍ଷରୁ ଏହି ସୂଚନା ଦିଆଯାଇଛି ।

ରାମମନ୍ଦିର ଭୂମିପୂଜନ ପାଇଁ କାଉଣ୍ଟ ଡାଉନ୍ ଆରମ୍ଭ । ୫ ଅଗଷ୍ଟରେ ଅଯୋଧ୍ୟାରେ ରାମମନ୍ଦିର ଭୂମିପୂଜନ କାର୍ଯ୍ୟକ୍ରମରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏଥିପାଇଁ ଆରମ୍ଭ ହୋଇଛି ଯୋରଦାର ପ୍ରସ୍ତୁତି । ଏହା ପୂର୍ବରୁ ଆସନ୍ତାକାଲି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଅଯୋଧ୍ୟା ଗସ୍ତରେ ଯାଇ ଭୂମିପୂଜନ ପ୍ରସ୍ତୁତିର ଅନୁଧ୍ୟାନ କରିବେ । ସେଥିପାଇଁ ସାରା ଅଯୋଧ୍ୟା ସହରରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ୪ ଅଗଷ୍ଟରୁ ସହରର ସୀମା ସିଲ କରି ଦିଆଯିବ । ଅଯୋଧ୍ୟାରେ ୩ହଜାର ୫ଶହ ସୁରକ୍ଷାକର୍ମୀ ନିୟୋଜିତ ହୋଇଛନ୍ତି । ଭୂମିପୂଜନ ସ୍ଥଳ ଏବଂ ଭିଭିଆଇପି ରୁଟ୍ ରେ ଥିବା ଘର ଛାତ ଉପରେ ସ୍ନାଇପର୍ ନିୟୋଜିତ କରାଯିବ । ସହର ଭିତରକୁ ପ୍ରବେଶ ପାଇଁ ଯେଉଁ ମାନଙ୍କୁ ଅନୁମତି ପତ୍ର ମିଳିବ ସେହିମାନେ ହିଁ ଯାଇପାରିବେ । ୩ ଅଗଷ୍ଟରୁ ଅଯୋଧ୍ୟାରେ ଭୂମିପୂଜନ ପାଇଁ ବିଧିବ୍ୟବସ୍ଥା ଆରମ୍ଭ ହେବ ।

ଭୂମିପୂଜନ କାର୍ଯ୍ୟକ୍ରମରେ ସାମିଲ ହେଉଥିବା ବ୍ୟକ୍ତିଙ୍କ ତାଲିକା ଚୂଡାନ୍ତ କରାଯାଇଛି । ଏଥିରେ କୌଣସି ରାଜ୍ୟର ମୁଖ୍ୟମନ୍ତ୍ରୀ ବା କୌଣସି ଶିଳ୍ପପତିଙ୍କୁ ସାମିଲ ହେବାକୁ ନିମନ୍ତ୍ରଣ ଦିଆଯିବ ନାହିଁ । ରାଜନାଥ ସିଂ ଏବଂ ଅମିତ ଶାହାଙ୍କ ସହ RSS ମୁଖ୍ୟ ମୋହନ ଭାଗବତ, କଲ୍ୟାଣ ସିଂ, ଉମାଭାରତୀ, ବିନୟ କଟିଆର ପ୍ରମୂଖ ଭୂମିପୂଜନରେ ସାମିଲ ହେବେ ।ତେବେ ବହୁ ଟଣା ଓଟରା ପରେ ରାମମନ୍ଦିର ଆନ୍ଦୋଳନର ମୁଖିଆ ଥିବା ଲାଲକୃଷ୍ଣ ଆଡଭାନୀ ଏବଂ ମୁରଲୀ ମନୋହର ଯୋଶୀଙ୍କୁ ନିମନ୍ତ୍ରଣ ଦିଆଯାଇଛି । ରାମମନ୍ଦିର ଟ୍ରଷ୍ଟ ପକ୍ଷରୁ ଏହି ସୂଚନା ମିଳିଛି ।ଏହାପୂର୍ବରୁ ଏହି ଦୁଇନେତାଙ୍କୁ ନିମନ୍ତ୍ରଣ ମିଳିନଥିବା ନେଇ ଅନେକ ବିବାଦ ଉଠିଥିଲା । ତେବେ ଏହି ନିମନ୍ତ୍ରଣ କୌଣସି ଲିଖିତ ନିୟମ ନୁହେଁ । କେବଳ ଫୋନ୍ କରି ନେତାମାନଙ୍କୁ ନିମନ୍ତ୍ରଣ କରାଯାଉଛି ।

Leave a Reply

Your email address will not be published. Required fields are marked *