ମହିଳା କର୍ମଚାରୀଙ୍କ ଅଭିଯୋଗ ଶୁଣି ମଇଳା ଟଏଲେଟ୍‌କୁ ସଫା କଲେ ମନ୍ତ୍ରୀ

ଗ୍ୱାଲିୟର – ମଧ୍ୟ ପ୍ରଦେଶର କ୍ୟାବିନେଟ୍‌ ମନ୍ତ୍ରୀ ସରକାରୀ କାର୍ଯ୍ୟାଳୟର ଦୁର୍ଗନ୍ଧ  ଟଏଲେଟ୍‌କୁ ସଫା କରୁଥିବାର ନଜର ଆସିଲେ ।  ସେ ମୋତି ମହଲ  ସ୍ଥିତ ସରକାରୀ କାର୍ଯ୍ୟାଳୟରେ ଡିଭିଜିନାଲ୍‌ କମିଶନରଙ୍କ ସହ ମିଟିଂ କରିବାକୁ ଯାଇଥିଲେ । ସେଠାରୁ ବାହାରିବା କ୍ଷଣି ଅଫିସର କର୍ମଚାରୀମାନେ ଟଏଲେଟ୍‌ର ସଫେଇ ହେଉଥିବାର ଅଭିଯୋଗ କରିଥିଲେ । ଏହାପରେ  ମନ୍ତ୍ରୀ  ନିଗମ କମିଶନର ସହ ସଫେଇ କର୍ମଚାରୀଙ୍କ ପାଖକୁ ଫୋନ କଲେ । ହେଲେ ଘଟଣା ସ୍ଥଳରେ କେହି ନପହଞ୍ଚିବାରୁ  ମନ୍ତ୍ରୀ ନିଜେ ଗ୍ଲୋବ୍ସ ଓ ବ୍ରସ୍‌ ମଗାଇ  ମଇଳା ଟଏଲେଟକୁ ସଫା କରିବାରେ ଲାଗିଥିଲେ । ଏହାପରେ ମନ୍ତ୍ରୀ ସରକାରୀ କର୍ମଚାରୀଙ୍କୁ ଟଏଲେଟ୍‌ ସଫାସୁତୁରା କରି ରଖିବାକୁ ଓ ଅଧିକାରୀଙ୍କୁ ଏହାର ତଦାରଖ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।ଉଲ୍ଲେଖନୀୟ ଯେ, ପ୍ରଦ୍ୟୁମ୍ନ ସିଂହ ତୋମାର  ଶିବରାଜ ସିଂହ ଚୌହାନଙ୍କ କ୍ୟାବିନେଟ୍‌ରେ ଶକ୍ତି ମନ୍ତ୍ରୀ । ଗ୍ୱାଲିୟର  ବିଧାୟକ ନିଜର ଏହି ବିଶେଷ କାମ ପାଇଁ  ପ୍ରଥମେ ବି ଚର୍ଚ୍ଚାରେ ଥିଲେ । ଏହି ଥର  ମୋତିମହଲ ସ୍ଥିତ ସରକାରୀ ଅଫିସର ଟଏଲେଟ୍‌  ସଫା କରିବା ପାଇଁ ସେ ବ୍ରସ୍‌ ନେଇ ଓ ଗ୍ଲୋଭସ ପିନ୍ଧି ନିଜେ ଲାଗିପଡିଲେ । ଡିଭିଜିନାଲ୍‌ କମିଶନରଙ୍କ ଅଫିସ୍‌ରୁ ବାହାରିବାବେଳେ ମହିଳା କର୍ମଚାରୀମାନେ ତାଙ୍କ ଟଏଲେଟ୍‌ ମଇଳା ହୋଇଥିବା ଅଭିଯୋଗ କରିଥିଲେ ।  ଏହାପରେ ମନ୍ତ୍ରୀ ନିଜେ ଯାଇ ଟଏଲେଟ୍‌ ଦେଖିବା ପରେ ସତ ସାମନାକୁ ଆସିଥିଲା ।  ମହିଳା କର୍ମଚାରୀମାନେ ତାଙ୍କୁ କହିଥିଲେ କି ଦୁର୍ଗନ୍ଧ ଟଏଲେଟ୍‌ କାରଣରୁ  ବହୁତ ଅସୁବିଧାର ସାମନା କରିବାକୁ ପଡୁଛି ।

Leave a Reply

Your email address will not be published. Required fields are marked *