ଭୁବନେଶ୍ୱରରେ ଖୋଲିବ ସମସ୍ତ ସପିଂ ମଲ୍, ବନ୍ଦ ରହିବ ଫୁଡ୍ କୋର୍ଟ ଓ ସିନେମା ହଲ୍

ଭୁବନେଶ୍ୱର,:-ରାଜଧାନୀ ଭୁବନେଶ୍ୱରରେ ଖୋଲିବ ସପିଂ ମଲ୍ । କରୋନା ଗାଇଡଲାଇନ୍ ପାଳନ ସହ ମଲ୍ ଖୋଲିବ ବୋଲି ସୂଚନା ଦେଇଛି ବିଏମସି ।

ବିଏମସିର କହିବାନୁସାରେ ମଲ୍ ଖୋଲିବା ନେଇ ଏସଓପି ଜାରି କରାଯାଇଛି । ଏସଓପି ଅନୁସାରେ, କରୋନା କଟକଣାକୁ ମାନିବା ବାଧ୍ୟତାମୂଳକ । ମଲ୍‌ରେ ମାସ୍କ ପିନ୍ଧିବା ନେଇ ନିଶ୍ଚିତ କରିବେ କର୍ତୃପକ୍ଷ ।କିନ୍ତୁ ମଲ୍ ଭିତରେ ଫୁଡ୍ କୋର୍ଟ ଓ ସିନେମା ହଲ୍ ବନ୍ଦ ରହିବ । ଗେମ୍ ଜୋନ୍ ମଧ୍ୟ ବନ୍ଦ ରହିବ । ଏପରିକି ମଲ୍ ପରିସରରେ ପ୍ରଚାର ପ୍ରସାର କାର୍ଯ୍ୟକ୍ରମ ମଧ୍ୟ ହୋଇପାରିବ ନାହିଁ ।ଅଧିକ ଲୋକଙ୍କ ସମାଗମକୁ ବାରଣ କରାଯିବ । ମଲ ଭିତରେ ସାମାଜିକ ଦୂରତା କଟକଣା କଡା ହେବ । ମାସ୍କ ପିନ୍ଧିବା ନେଇ ମଲ କର୍ତ୍ତୃପକ୍ଷ ନିଶ୍ଚିତ କରିବେ । ତେବେ ମଲ ଖୋଲିବା ଖବର ଅନେକଙ୍କୁ ଆଶ୍ୱସ୍ତି ଦେଇଛି ।

Leave a Reply

Your email address will not be published. Required fields are marked *