ଓଡ଼ିଶାରେ ଚିହ୍ନଟ ହୋଇଛି ୫ ପ୍ରକାର କରୋନା ଭାଇରସ୍

ଭୁବନେଶ୍ବର:-ଓଡ଼ିଶାରେ ୫ପ୍ରକାର କରୋନା ଭାଇରସ ଚିହ୍ନଟ ହୋଇଛି । ୧୩ଟି ରାଜ୍ୟରୁ ଓଡ଼ିଶାକୁ ଆସିଥିବା ପ୍ରବାସୀଙ୍କୁ ନେଇ ୨୨୫ ସାମ୍ପଲ ସଂଗ୍ରହ କରାଯାଇ ଗବେଷଣା କରାଯାଇଥିଲା । ଜେନୋମିକ୍‌ ଷ୍ଟଡି ପରେ ଓଡ଼ିଶାରେ ସଂକ୍ରମିତଙ୍କ କ୍ଷେତ୍ରରେ ୫ ପ୍ରକାର କରୋନା ଭାଇରସ ଥିବା ସ୍ପଷ୍ଟ ହୋଇଛି ବୋଲି କହିଛନ୍ତି ILS ନିର୍ଦେଶକ ଅଜୟ ପରିଡ଼ା ।

ଓଡ଼ିଶାରେ ଚିହ୍ନଟ ହୋଇଛି ୫ ପ୍ରକାର କରୋନା ଭାଇରସ । ରାଜ୍ୟରେ କରୋନା ସଂକ୍ରମିତଙ୍କ କ୍ଷେତ୍ରରେ 19A, 19B, 20A, 20B ଏବଂ 20C ଭଳି ୫ପ୍ରକାର ଭାଇରସ ମିଳିଥିବା ବେଳେ 20A, 20B, ଏହି ଦୁଇ ପ୍ରକାର ଭାଇରସ ସଂକ୍ରମିତଙ୍କ ସଂଖ୍ୟା ଅଧିକ ରହିଛି । RMRC ଏବଂ ILS ପକ୍ଷରୁ ଓଡ଼ିଶାରେ ୨୨୫ ସାମ୍ପଲ ସଂଗହ କରାଯାଇ ଏହା ଉପରେ ଗବେଷଣା କରାଯାଇଥିଲା ।  ୧୩ଟି ରାଜ୍ୟରୁ ଆସିଥିବା ପ୍ରବାସୀଙ୍କୁ ନେଇ ଗବେଷଣା କରାଯାଇଥିବା ବେଳେ ଜେନୋମିକ୍‌ ଷ୍ଟଡି ପରେ ଏହି ୫ ପ୍ରକାର କରୋନା ଭାଇରସ ଥିବା ସ୍ପଷ୍ଟ ହୋଇଛି ।

ଭାଇରସର ପ୍ରକାର ସମ୍ପର୍କରେ ତଥ୍ୟ ମିଳିବା ପରେ ଏହା ଭ୍ୟାକ୍ସିନ୍‌ ପ୍ରସ୍ତୁତ କରିବାରେ ସହାୟକ ହୋଇପାରିବ । ତେବେ ଏହି ୫ ପ୍ରକାର ଭାଇରସ ପାଇଁ ଗୋଟିଏ ଭ୍ୟାକ୍ସିନ ହେବ ନା ୫ପ୍ରକାର ଭ୍ୟାକ୍ସିନ୍‌ ହେବ ତାହା ଦେଖିବାକୁ ପଡ଼ିବ । ତେବେ ସଂଗୃହିତ କିଛି ନମୂନାରୁ ମିଳିଥିବା 20C ଭାଇରସ କେବଳ ଓଡ଼ିଶାରେ ସ୍ଥାନୀୟ ବିବର୍ତ୍ତନରୁ ସୃଷ୍ଟି ହୋଇଛି ଏବଂ ଏହା ଭାଇରସ ଓଡ଼ିଶାରୁ ଅନ୍ୟ ରାଜ୍ୟକୁ ବ୍ୟାପି ନାହିଁ ବୋଲି କୁହାଯାଇଛି । ସେହିଭଳି 19B ଭାଇରସ ୟୁରୋପ୍‌ ଓ ଦକ୍ଷିଣ ପୂର୍ବ ଏସିଆରୁ ଆସିଥିବା ଗବେଷଣାରୁ ଜଣାପଡ଼ିଛି ।

Leave a Reply

Your email address will not be published. Required fields are marked *